ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପୁଣି ଆଉ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ୬ଜଣ ହୋଇଥିବା ବେଳେ ଯାଜପୁରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬୨ରେ ପହଂଚିଛି । ସେହିଭଳି ଭାବରେ ଯାଜପୁରରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୯ ରହିଛି । ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇଥିବା ବେଳେ ୫୭ଟି ସକ୍ରିୟ ମାମଲା ରହିଛି।
ସୂଚନାଯୋଗ୍ୟ, ଭଦ୍ରକରେରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ୩୧ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଥିବା ବେଳେ ୧୯ଟି ସକ୍ରିୟ ମାମଲା ରହିଛି । ଆଜି ସକାଳେ ୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୨୯ଜଣ ଗଞ୍ଜାମରୁ ଚିହ୍ନଟ ହୋଇଥିବା ବେଳେ ୧୫ଜଣ ବାଲେଶ୍ୱର, ୧୩ଜଣ ଅନୁଗୁଳ ଏବଂ ଜଣେ ମୟୁରଭଞ୍ଜରୁ ଚିହ୍ନଟ ହୋଇଥିଲେ । ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଆଜି ରାଜ୍ୟରେ ୬୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୦ଟି ଜିଲ୍ଲାରୁ ମୋଟ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।