ନିର୍ବାଚନ ପ୍ରଚାର କରୁଥିବାବେଳେ ଗାଡି ଉପରୁ ଖସିପଡିଲେ କେଟିଆର ଓ ବିଆରଏସ୍‌ କର୍ମୀ, ଦେଖନ୍ତୁ ଭିଡିଓ…

0

ଗୁରୁବାର ଦିନ ପ୍ରଚାର କରୁଥିବାବେଳେ ତେଲେଙ୍ଗାନା ଆଇଟି ମନ୍ତ୍ରୀ କେଟିଆର ରାଓ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବିଆରଏସ ନେତା କେଟିଆର ରାଓ ନିଜାମାବାଦ ଜିଲ୍ଲାର ଆର୍ମୁରରେ ଏକ ନିର୍ବାଚନ ପ୍ରଚାର ଗାଡିରୁ ଖସି ପଡିଛନ୍ତି । ଘଟଣା ସମୟରେ ସୁରେଶ ରେଡ୍ଡୀ ଏବଂ ଜୀଭାନ୍ ରେଡ୍ଡୀ ମଧ୍ୟ ସମାନ କାରରେ ଉପସ୍ଥିତ ଥିଲେ ।

ସିଆରସିଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଆରଏସ ନେତା କେ.ଟି.ଆର. ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ କେ.ଟି ରାମା ରାଓ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ପୂଜା କରିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି ।

ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାରୁ ନିଜାମାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପୁଅ କେଟିଆର୍ ବିଆରଏସ୍ ଏକ ମିନି ବସ୍ ଉପରେ ଛିଡା ହୋଇ ପ୍ରଚାର କରୁଥିଲେ । ତାଙ୍କ ସହ ରାଲିରେ ଅନ୍ୟ ନେତା ମାନେ ମଧ୍ୟ ସାମିଲ ଥିଲେ । ବସର ରୁଫଟପରେ ଛିଡା ହୋଇ କେଟିଆର୍ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଉଥିବା ସମୟରେ ସେ ନେତାମାନଙ୍କ ସହ ତଳକୁ ଖସି ପଡିଥିଲେ ।

ତେବେ ଏହି ଘଟଣାରେ ଆହତ ହୋଇଥିବା ନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗାଡ଼ି ଉପରେ ଆବଶ୍ୟକ ଠାରୁ ଅଧିକ ଲୋକ ଠିଡା ହୋଇଥିବାରୁ ଏପରି ଦୁର୍ଘଟଣା ଘଟିଛି । ଗାଡି଼ରେ ପାଖାପାଖି ୧୦ ଜଣ ଠିଆ ହୋଇଥିବା ନେଇ ସୂଚନା ରହିଛି ।

 

 

 

Leave a comment