ଦାନ୍ତକୁ ଚମକାଇବା ପାଇଁ ବ୍ୟବହାର କରନ୍ତୁ ସହଜ ଘରୋଇ ପାଉଡର

ଆପଣ ଦାନ୍ତକୁ ଚମକାଇ ପାରିବେ ମାତ୍ର ସାଧାରଣ ଘରୋଇ ଉପଚାର ମାଧ୍ୟମରେ । ଦାନ୍ତ ସୁସ୍ଥ ରହିଲେ ଶରୀରକୁ ବହୁ ପ୍ରକାର ରୋଗରୁ ରକ୍ଷା କରାଯାଇପାରିବ । ଆଜି ଆସନ୍ତୁ ଜାଣିବା କିଛି ଘରୋଇ ଆୟୁର୍ବେଦୀୟ ଉପଚାର । ଯାହା ମାଧ୍ୟମରେ ଦାନ୍ତର ହଳଦିଆ ସମସ୍ୟାକୁ ଭଲ କରି ଦାନ୍ତକୁ ଚମକା ଯାଇପାରିବ ।
ଆୟୁର୍ବେଦ ପାଉଡର :
ଏହି ପାଉଡରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ୧ ଚାମଚ ସନ୍ଧୈବ ଲୁଣ, ୧ ଚାମଚ ଲବଙ୍ଗ ପାଉଡର, ୧ ଚାମଚ ଡାଲଚିନ ପାଉଡର, ୧ ଚାମଚ ମୁଲେଠି, ଶୁଖିଲା ନିମ୍ବ ପତ୍ର କିଛି ଆବଶ୍ୟକ ।
କେମିତି ପ୍ରସ୍ତୁତ କରିବେ :
ସବୁ ଜିନିଷକୁ ସମାନ ମାତ୍ରାରେ ନେଇ ପାଉଡର କରନ୍ତୁ । ଏହାକୁ ଆପଣ କିଛି ଟାଇଟ ଡବାରେ ସାଇତି କରି ରଖନ୍ତୁ । ଦାନ୍ତ ଘସିବା ସମୟରେ ଏହି ପାଉଡରକୁ ହାତରେ ରଖି ବ୍ରସ ସାହାଯ୍ୟରେ ଘସନ୍ତୁ । ତା’ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ ।
ଏହିପରି ୧ ସପ୍ତାହ ଘସିବା ପରେ ଆପଣଙ୍କ ଦାନ୍ତର ରଙ୍ଗ ବଦଳି ଯାଇ ଦାନ୍ତରେ ଚମକ ଆସିଯିବ । ଦିନକୁ ଏହି ପାଉଡରକୁ ସକାଳେ ଓ ରାତିରେ ୨ ଥର ଘସନ୍ତୁ । ଦେଖିବେ ଅଳ୍ପ ଦିନ ମଧ୍ୟରେ ଦାନ୍ତର ସମସ୍ତ ଦାଗ ଯାଇ ଦାନ୍ତ ଚିକ୍ଚିକ୍ କରିବ ।