ଅଭ୍ୟାସ ମ୍ୟାଚ ଖେଳିବ ଟିମ ଇଣ୍ଡିଆ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଭାରତୀୟ ଦଳ ଇଂଲଣ୍ଡରେ ଆସନ୍ତା ଅଗଷ୍ଟ ୪ ତାରିଖଠାରୁ ଘରୋଇ ଦଳ ବିପକ୍ଷରେ ୫ଟି ଟେଷ୍ଟ୍‌ ମ୍ୟାଚ ଖେଳିବ । ତେବେ ଏହି ସିରିଜ ପୂର୍ବରୁ ଭାରତ ଅଭ୍ୟାସ କରିବା ପାଇଁ କେତେକ ମ୍ୟାଚ ଖେଳିବାର ସମ୍ଭାବନା ରହିଛି । ଏ ସଂକ୍ରାନ୍ତରେ ବିସିସିଆଇ ସମ୍ପାଦକ ଜୟ ଶାହ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ଅଧ୍ୟକ୍ଷ ଇଆନ ହ୍ୱାଟମୋର ଓ ସିଇଓ ଟମ ହ୍ୟାରିସନଙ୍କ ସହ ଯୋଗାଯୋଗ କରିବା ପରେ ଏପରି ଏକ ସମ୍ଭାବନା ପ୍ରକାଶ ପାଇଛି । ତେବେ ବର୍ତ୍ତମାନ ଅଭ୍ୟାସ ମ୍ୟାଚ ଖେଳାଯିବା ନେଇ ଉଭୟ ବୋର୍ଡ ମଧ୍ୟରେ ଆଲୋଚନା ଚାଲିଛି । କିନ୍ତୁ ଚଳିତ ମାସ ତୃତୀୟ ସପ୍ତାହରେ ଡରହାମରେ ଅଭ୍ୟାସ ମ୍ୟାଚଗୁଡ଼ିକ ଖେଳାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତୀୟ ଟିମ ମ୍ୟାନେଜମେଣ୍ଟ୍‌ ଓ ବିସିସିଆଇ ଆଗାମୀ ଟେଷ୍ଟ ସିରିଜ ସକାଶେ ପ୍ରସ୍ତୁତି ପାଇଁ ଅତି କମ୍‌ରେ ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଆୟୋଜନ ପାଇଁ ଇସିବିକୁ ନିବେଦନ କରିଥିଲେ । ସମ୍ଭବ ହେଲେ ଦୁଇଟି ଅଭ୍ୟାସ ମ୍ୟାଚର ବି ଆୟୋଜନ କରାଯାଇପାରେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିବା ବେଳେ ଏପରି ଏକ ଅନୁରୋଧ ଉପରେ ଇସିବି ବିଚାର କରୁଛି ବୋଲି ମୁଖପାତ୍ର କହିଛନ୍ତି ।

Leave a comment