ପ୍ରଥମେ ଶନି ଓ ରାହୁ ଗଲେ, ଆଗକୁ କେତୁ ଯିବେ : ତାରା ବାହିନୀପତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାଶ କୁଲେସିକା ବିଜେଡିରେ ଯୋଗଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । କଂଗ୍ରେସ ଦଳ ତ୍ୟାଗ କରି କୈଳାଶ କୁଲେସିକା ବିଜେଡି ଦଳରେ ମିଶିବା ଘଟଣା ଦୁର୍ଭାଗ୍ୟଜନକ । କୋରାପୁଟ ଜିଲ୍ଲା ବା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ମୀନାକ୍ଷୀ ବାହିନୀପତି .ଓ ତାରା ବାହିନୀପତି କହିଛନ୍ତି ।
ସେ କହିଛନ୍ତି ପ୍ରଥମେ ଶନି ଓ ରାହୁ ଗଲେ, ଆଗକୁ କେତୁ ଯିବେ । ଏହାଦ୍ବାରା କଂଗ୍ରେସ ଆଗୁକୁ ଯିବ । ଦଳ ଉପରେ ଏହାର ପ୍ରଭାବ ପଡିବ ନାହିଁ । ଗତ ୨୦୧୯ ତାରିଖ ନିର୍ବାଚନରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ମାତ୍ର ୨୨୯ଟି ଭୋଟରେ ବିଜେଡି ପ୍ରାର୍ଥୀଙ୍କଠାରୁ ସେ ପରାଜିତ ହୋଇଥିଲେ ।