ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ ଚୁକ୍ତି ସ୍ୱାକ୍ଷରିତ ।

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଏମଏସ ଉହାନ ଇଞ୍ଜିନିୟରିଂ କର୍ପୋରେସନ ସହ ଏକକ ଭାବରେ ପ୍ରକଳ୍ପ ନିର୍ମାଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ସ୍ୱାକ୍ଷରିତ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରସାୟନ ଓ କୃଷି ସାର ମନ୍ତ୍ରୀ ସଦାନନ୍ଦ ଗୌଡ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ରସାୟନ ଓ କୃଷି ସାର ମନ୍ତ୍ରୀ ସଦାନନ୍ଦ ଗୌଡ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ତାଳଚେର ସାର କାରଖାନାର ର ପୁନରୁଦ୍ଧାର ହେଲେ ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିବା ସହ ଦେଶ ଓ ରାଜ୍ୟର କୃଷି ବିକାଶରେ ଏହା ଯଥେଷ୍ଟ ସହାୟକ ହେବ । ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, କୋଇଲା ଗ୍ୟାସୀକରଣକୁ ଉପଯୋଗ କରି ୟୁରିଆ ଏବଂ ଆମୋନିଆ ଉତ୍ପାଦନ କରିବ । ଏହାଦ୍ୱାରା ଭାରତର ବିକାଶ ଯାତ୍ରାରେ ନୂଆ କୀର୍ତିମାନ ସ୍ଥାପିତ ହେବ । ଏହି ପ୍ରକଳ୍ପ ୟୁରିଆ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାରେ ସୁଧାର ଆଣିବ ଏବଂ କୃଷି ବିକାଶକୁ ପ୍ରତ୍ସାହିତ କରିବ । ସେହିପରି ତାଳଚେର ଫର୍ଟିଲାଇଜର ଫ୍ଲାଟକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି ରହିଛି । ଏହି ପୁନରୁଦ୍ଧାର କାର୍ଯ୍ୟ ପାଇଁ ଭାରତ ସରକାରଙ୍କ ତୈଳ ଉଦ୍ୟୋଗ କମ୍ପାନୀ ଆରସିଏଫ, ସିଆଇଏଲ, ଏଫସିଆଇଏଲ ଏବଂ ଗେଲ୍ ମିଳିତ ଭାବେ ଜଏଂଟ ଭେନଚର୍ କମ୍ପାନୀ ଗଠନ କରିଛନ୍ତି । ଏହି ପ୍ରକଳ୍ପରେ ପ୍ରାୟ ୧୩ ହଜାର ୨୭୭ କୋଟି ଟଙ୍କା ନିବେଶ ହେବ ଏବଂ ଏହାର ଉତ୍ପାଦନ କ୍ଷମତା ୧.୨୭ ଏମଏମଟିପିଏ ରହିଛି ବୋଲି ଆକଳନ କରାଯାଇଛି ।

Leave a comment