Browsing Tag

#ratha yatara

ଆଜିଠୁ ଆଡ଼ପ ଅବଢ଼ା ପାଇପାରିବେ ଶ୍ରଦ୍ଧାଳୁ

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ଆଜିଠାରୁ ଶ୍ରଦ୍ଧାଳୁ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ, ଆଡ଼ପ ଅବଢ଼ା ମଧ୍ୟ ପାଇପାରିବେ। ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହଙ୍କ ଦର୍ଶନ ପାଇଁ ଜମିଛି ଭିଡ଼ । ଭକ୍ତମାନେ ଆଜି ଉଭୟ ପରିମାଣିକ ଓ ସାହାଣମେଲା ଦର୍ଶନ…

ଶରଧା ବାଲିରେ ୩ ରଥ

ଶରଧା ବାଲିରେ ୩ ରଥ। ୩ ଠାକୁରଙ୍କୁ ଦେଖିବାକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ପାଖରେ ଭିଡ ଜମାଇଛନ୍ତି । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଛି ଶରଧାବାଲି । ରଥ ଯାତ୍ରା ପାଇଁ ଆଜି ଜନସମୁଦ୍ର ପାଲଟିଥିଲା ଶ୍ରୀକ୍ଷେତ୍ର । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଜନସମୁଦ୍ର ସୃଷ୍ଟି କରିଥିଲା…

ବଡ ଦାଣ୍ଡରେ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏହି ଅବସରରେ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଦାଣ୍ଡରେ ରଥ ଟାଣିଛନ୍ତି । ଏଥିସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ରଥ ଟାଣିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ଦାଣ୍ଡରେ…

ଆରମ୍ଭ ହେଲା ରଥଟଣା; ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ ରଥ

ଆରମ୍ଭ ହେଲା ରଥଟଣା । ବଡ଼ଦାଣ୍ଡରେ ପ୍ରଥମେ ଗଡ଼ିଲା ତାଳଧ୍ୱଜ ରଥ । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ, ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କର ରଥ ଟଣା ଯାଇଛି । ରଥରେ ଅଶ୍ୱ ଯୋଖା ହେବା ପରେ…

ତିନି ରଥର ଛେରାପହଁରା ନୀତି ସମାପନ କଲେ ଗଜପତି ମହାରାଜା

ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତିନି ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରଥ ଉପରେ ଛେରାପହଁରା ନୀତି କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।…

ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ । ମନ୍ଦିର ଭିତରେ ନୀତିକାନ୍ତି ଶେଷ ହେବା…

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ଆରମ୍ଭ ହେଲା ବଳଭଦ୍ରଙ୍କ ପହଣ୍ଡି ବିଜେ

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଅବସରରେ ଚଳଚଞ୍ଚଳ ରହିଛି ଶ୍ରୀକ୍ଷେତ୍ର ପୁରୀ । ସିଂହଦ୍ୱାର ନିକଟରେ ଶ୍ରୀଜୀଉଙ୍କୁ ତିନିରଥ ଅପେକ୍ଷା କରିଥିବା ବେଳେ ପ୍ରଥମେ ଗୋଟି ପହଣ୍ଡିରେ ରଥରେ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ଦ୍ୱିତୀୟରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ…

ଘୋଷଯାତ୍ରାର ମହତ୍ୱ

ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ମାସ ଶୁକ୍ଳପକ୍ଷ, ଦ୍ୱିତୀୟା ତିଥିରେ ପଡ଼ିଥାଏ । ଏହାକୁ ନବଦିନ ଯାତ୍ରା, ଘୋଷଯାତ୍ରା ବା ଦଶଅବତାର ଯାତ୍ରା ବୋଲି କୁହାଯାଏ । ଏହି ପବିତ୍ର ରଥଯାତ୍ରା ପୁରୀ ମନ୍ଦିରର ତିନି ମୁଖ୍ୟ ଦେବତା ଜଗନ୍ନାଥ, ତାଙ୍କର ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଚଇତା କମଳରେ…

ଆସନ୍ତାକାଲି ରଥଯାତ୍ରା; ୯ଟା ୩୦ରେ ପହଣ୍ଡି ବିଜେ, ୪ଟାରେ ରଥଟଣା

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବେ ଶ୍ରଦ୍ଧାଳୁ। ତେବେ ଶ୍ରୀଜିଉଙ୍କ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ନୀତି ର୍ନିଘଣ୍ଟ ଅନୁଯାୟୀ,…

ବଡ ଦାଣ୍ଡରେ ତିନି ରଥ

ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା।ଏହି କାରଣରୁ ଲୋକାରଣ୍ୟ ହେବାକୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ର। ତିନି ରଥରୁ ଆଜ୍ଞାମାଳ ଆସି ସାରିବା ପରେ ରଥକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଉଛି। ପ୍ରଥମେ ନନ୍ଦିଘୋଷ ଓ ଦ୍ୱିତୀୟରେ ଦର୍ପଦଳନ ରଥ ଆସୁଛି। ସମସ୍ତ ପ୍ରସ୍ତୁତି ଧିରେ ଧିରେ…