ସାବଧାନ ! ଅଧିକ ମାତ୍ରାରେ ଗର୍ଭନିରୋଧକ ବଟିକା ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ମହିଳାମାନେ ନିଶ୍ଚୟ ଜାଣିବା ଦରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ) ଅସୁରକ୍ଷିତ ସମ୍ଭୋଗ ପରେ ଜରୁରୀକାଳୀନ ଗର୍ଭନିରୋଧକ ବଟିକା ମହିଳାଙ୍କୁ ଗର୍ଭାବସ୍ଥା ରୋକିବାର ମଉକା ନିଶ୍ଚୟ ଦେଇଥାଏ କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ନିୟମିତ ଏହି ବଟିକା ସେବନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ନିୟମିତ ଏହି ବଟିକା ସେବନ ଦ୍ୱାରା ହର୍ମୋନ ସନ୍ତୁଳନ ମଧ୍ୟ ବିଗିଡି ଯାଇଥାଏ। ଏହି ବଟିକା ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଡାକ୍ତରଙ୍କ ଅନୁଯାୟୀ, ୨୫-୪୫ ବର୍ଷ ବୟସ୍କା ମହିଳା ଏହି ବଟିକା ସେବନ କରିବା ଗୋଟିଏ ଦୃଷ୍ଟିରୁ ଠିକ କିନ୍ତୁ ତାଠାରୁ କମ ବୟସ ଯୁବତୀମାନେ ଗର୍ଭନିରୋଧକ ବଟିକା ସେବନ କରିବା ଦ୍ୱାରା ଗର୍ଭଧାରଣ ପ୍ରଣାଳୀ ବିକଶିତ ହେବାରେ ବାଧା ସୃଷ୍ଟି ହୋଇଥାଏ। ଯୁବତୀମାନେ ଏହି ବଟିକା ସେବନ କରିବା ଦ୍ୱାରା ଏଣ୍ଡୋମେଟ୍ରିଓସିସ୍, ପଲିସିଷ୍ଟିକ୍ ଓଭାରି ଭଳି ସମସ୍ୟା ଉପୁଜିଥାଏ। ତାଛଡା ଏକ୍ଟୋପିକ୍ ଗର୍ଭଧାରଣ ସମସ୍ୟା ମଧ୍ୟ ହୋଇପାରେ। ଏକ୍ଟୋପିକ୍ ଗର୍ଭାବସ୍ଥା ସମୟରେ ଫୈଲୋରିୟନ୍ ଟ୍ୟବ୍ ଟାଇଟ ହୋଇ ଛିଣ୍ଡିଯିବାର ସମ୍ଭାବନା ଥାଏ। ଫଳରେ ଅତିରିକ୍ତ ରକ୍ତସ୍ରାବ, ସଂକ୍ରମଣ ଓ ବେଳେବେଳେ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ।
ଏହାଛଡା ନିୟମିତ ଗର୍ଭନିରୋଧକ ବଟିକା ସେବନ କରିବା ଦ୍ୱାରା ଅନିୟମିତ ମାସିକ ଋତୁସ୍ରାବ ଯୋଗୁଁ ବାଞ୍ଝପଣ, ସମ୍ଭୋଗ ପାଇଁ ଇଚ୍ଛା ନ ହେବା, ତ୍ୱଚାରେ ଆଲର୍ଜି ଭଳି ସମସ୍ୟା ଦେଖାଦେଇଥାଏ। ଏହି ବଟିକା ପାଇଁ ସ୍ତନରେ ସୁଜନ ମଧ୍ୟ ହୋଇପାରେ। ଏହି ବଟିକା ଶରୀରରେ ଇଷ୍ଟ୍ରୋଜେନ୍ ସ୍ଥର କମ କରିଦେଇଥାଏ। ଯାହାଫଳରେ ମୁଣ୍ଡବିନ୍ଧା, ବାନ୍ତି, ପେଟରେ ଯନ୍ତ୍ରଣା, ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇଥାଏ।
ଗର୍ଭନିରୋଧକ ବଟିକାରେ ଥିବା ସିନ୍ଥେଟିକ ହର୍ମୋନ ଯୋଗୁଁ ମୁଡ଼୍ ସ୍ୱିଙ୍ଗ୍ ହୋଇଥାଏ। ଯାହାଫଳରେ ଚିଡଚିଡ଼ ଲାଗିଥାଏ। ଏହି ବଟିକା ସେବନ ଦ୍ୱାରା ମହିଳାଙ୍କ ମାନସିକ ସ୍ଥିତି ପ୍ରଭାବିତ ହୋଇଥାଏ। ନିୟମିତ ଏହି ବଟିକା ସେବନ କରିବା ଦ୍ୱାରା କିଛି ମହିଳାଙ୍କ ଓଜନ ମଧ୍ୟ ବୃଦ୍ଧି ପାଇଥାଏ। ଶରୀରର ବିଭିନ୍ନ ଅଙ୍ଗରେ ଫ୍ଲୁଇଡ ରିଟେନ୍ସନ୍ରୁ ବହି ଯାଇଥାଏ। ଯାହାଫଳରେ ଓଜନ ନିୟନ୍ତ୍ରଣ ହୋଇନଥାଏ।
ଗର୍ଭନିରୋଧକ ବଟିକା ଯୋଗୁଁ ଲେବୋନୋରଗେଷ୍ଟ୍ରଲ ହୋଇଥାଏ, ଫଳରେ ଆଲର୍ଜି ହୋଇଥାଏ। ସେଥିପାଇଁ ଡାକ୍ତରଙ୍କ ପରାମର୍ଶ ବିନା ବଟିକା ସେବନ କରିବା ଅନୁଚିତ। ଯେଉଁ ମହିଳାଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ଏହି ବଟିକା ସେବନ କରିବା ଅନୁଚିତ। ଏହାଦ୍ୱାରା ହୃଦଘାତ, ରକ୍ତ ଜମାଟ ଭଳି ସମସ୍ୟା ହୋଇପାରେ।