ବଦଳିବ ସ୍ୱର୍ଗଦ୍ୱାର ଚିତ୍ର, ବନ୍ଧୁ ପରିଜନଙ୍କ ନିମନ୍ତେ ମିଳିବ ବିଶେଷ ସୁବିଧା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବଦଳିବ ସ୍ବର୍ଗଦ୍ବାର ଚିତ୍ର। ଶବଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କ ନିମନ୍ତେ ମିଳିବ ବିଶେଷ ସୁବିଧା। ସ୍ବର୍ଗଦ୍ବାର ପୁନଃଉଦ୍ଧାର ସହ ଚତୁଃପାର୍ଶ୍ବରେ ହେବ ସୌନ୍ଦର୍ଯ୍ୟକରଣ । ଜିଲ୍ଲପାଳ ବଲଓ୍ବନ୍ତ ସିଂ ଆଜି ସ୍ବର୍ଗଦ୍ବାର ବୁଲି ଦେଖିବା ସହ ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଉପଲବ୍ଧ ହେବ। ପେଶାଦାରମାନେ ସମସ୍ତ କାର୍ଯ୍ୟର ତଦାରଖ କରିବେ । ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହେବ। ପରେ ଗାନ୍ଧୀଘାଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବଦାହକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ,ଓଡିଶା ସେତୁ ନିର୍ମାଣ ନିଗମ ପୁରୀ ଡିଭିଜନର ବରିଷ୍ଠ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ପ୍ରଭାତ ପାଣିଗ୍ରାହୀ, ପରାମର୍ଶଦାତା ସିଦ୍ଧାର୍ଥ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।