ସାଢେ ୪ ଲକ୍ଷ ଟଙ୍କା ଥିଲା ସୁଶାନ୍ତଙ୍କ ଘର ଭଡା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ସମସ୍ତଙ୍କୁ ହତବାକ୍ କରି ଦେଇଛନ୍ତି।
ସୁଶାନ୍ତ ସିଂହ ରାଜପୁତ ରବିବାର ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିନେତା ମୁମ୍ବାଇରେ ଏକ ଡିଲକ୍ସ ଆପାର୍ଟମେଣ୍ଟରେ ରହୁଥିଲେ। ଏଠାରେ ମୋଟ୍ ୪ଟି ଫ୍ଲାଟ୍ ରହିଛି।ସୁଶାନ୍ତ ସିଂହ ରାଜପୁତ ସେହି ଆପାର୍ଟମେଣ୍ଟରେ ରହିବା ପାଇଁ ମୋଟା ଅଙ୍କର ଅର୍ଥ ଦେଉଥିଲେ। ଗୋଟିଏ ପଟେ ସୁଶାନ୍ତ ୧୨ ଲକ୍ଷ ୯୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ ଏବଂ ମାସକୁ ଘର ଭଡା ଭାବେ ୪ ଲକ୍ଷ ୫୧ ହଜାର ଟଙ୍କା ଦେଉଥିଲେ। କୁହାଯାଉଛି ଯେ, ସୁଶାନ୍ତ ସିଂହ ରାଜପୁତ ଏହି ଫ୍ଲାଟରେ ୨୦୨୨ ପର୍ଯ୍ୟନ୍ତ ରହିଥାନ୍ତେ।
ଅନ୍ୟପଟେ ସୁଶାନ୍ତ ସିଂହ ରାଜପୁତଙ୍କ ସଂପର୍କୀୟ କହିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତ ଚଳିତବର୍ଷ ନଭେମ୍ବରରେ ବିବାହ କରିବାକୁ ଯାଉଥିଲେ। ଘରେ ବିବାହର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା। ମାତ୍ର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ସଭିଙ୍କୁ ଏକାକୀ ଛାଡି ଚାଲି ଯାଇଛନ୍ତି।

Leave a comment