ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟପରାଗ ଆଜି: ଦିନ ୧.୪୨ରୁ ସନ୍ଧ୍ୟା ୬.୪୧ ଯାଏ ପାକ ନିଷେଧ
(ଓଡ଼ିଶାଫାଷ୍ଟ ବ୍ୟୁରୋ): ଆଜି (ଗୁରୁବାର) ୨୦୨୧ ବର୍ଷର ପ୍ରଥମ ଓ ଶେଷ ସୂର୍ଯ୍ୟପରାଗ । ଭାରତରେ ଏହି ସୂର୍ଯ୍ୟପରାଗ ଆଶିଂକ ଦୃଶ୍ୟମାନ ହେବ । ୧୦ ତାରିଖ ଦିନ ୧.୪୨ରୁ ସୂର୍ଯ୍ୟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ ଯାଏ ଚାଲିବ । ଏହି ସମୟରେ ପାକ ନିଷେଧ । ଏହି ସୂର୍ଯ୍ୟଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ । ସବୁଠାରୁ ଗୁରୁତ୍ୱତ୍ୱପୂର୍ଣ୍ଣ କଥା ହେଲା ଆଜି ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ ମଧ୍ୟ । ଧାର୍ମିକ ବିଶ୍ୱାସ ଅନୁଯାୟୀ ଗ୍ରହଣ ବେଳେ କୌଣସି ଶୁଭ କାର୍ଯ୍ୟ କରିବା ଠିକ୍ ନୁହେଁ । ଏହି ସମୟରେ ପୂଜାଠାରୁ ଆରମ୍ଭ କରି ପାକ ନିଷେଧ ଓ ମନ୍ଦିର ବନ୍ଦ ରହିଥାଏ । ସୂର୍ଯ୍ୟଗ୍ରହଣ ଉତ୍ତର ଆମେରିକାର ଉତ୍ତର ଭାଗ, ୟୁରୋପ ଓ ଏସିଆ ମହାଦେଶରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷରେ ପରାଗ ସଂପୂର୍ଣ୍ଣ ଦୃଶ୍ୟ ଲୋକେ ଦେଖିପାରିବେ ।