ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମହିଳା ମାଓବାଦୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ମହିଳା ମାଓବାଦୀ ଜଣକଙ୍କ ନାମ ପୁଙ୍ଗି ମାଢ଼ୀ ବୋଲି ଜଣାପଡିଛି । ପୁଙ୍ଗି ମାଢ଼ୀ ଓଡ଼ିଶା ଓ ଛତିଶଗଡ଼ରେ ବହୁ ହିଂସାରେ ଜଡ଼ିତ ଥିଲା । ପୁଙ୍ଗିଙ୍କ ନାମରେ ଉଭୟ ରାଜ୍ୟର ବିଭିନ୍ନ ଥାନାରେ ୪୮ଟି ମାମଲା ରହିଛି । ପୁଙ୍ଗିଙ୍କୁ ଧରାଇଦେବା ଲାଗି ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।