ମୁଁ ପାଠ ପଢିବି, କାଳିଆ ଘୋଡ଼ାରେ ଚଢ଼ିବି…ଏହି ସ୍ଵରରେ ପୁଣି ଥରେ ଧୁନ ମଚାଇଲେ ସୁର ରାଉତରାୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମୁଁ ସରକାରୀ ସ୍କୁଲରେ ପଢ଼ି ଗର୍ବିତ । ମୁଁ ପାଠ ପଢିବି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁ ବାବୁ ସଙ୍ଗେ ଲଢ଼ିବି । ବିଧାୟକ ସୁର ରାଉତରାୟ ଏହି ସ୍ଵରରେ ଗାଇଲେ ଆଉ ଏକ ଗୀତ । ସରକାରୀ ସ୍କୁଲ ହେଉକି ବେସରକାରୀ ସ୍କୁଲ ପାଠ ପଢିବା ପାଇଁ ଗୀତରେ ପରାମର୍ଶ ଦେଉଛନ୍ତି ସୁର ରାଉତରାୟ । ତାଙ୍କ ସହ କଣ୍ଠଶିଳ୍ପୀ ମୋନାଲି ମଧୁସ୍ମିତା ଗାଇଛନ୍ତି । ମୋନାଲି ମୋ ବାପା ସରକାରୀ ସ୍କୁଲରେ ପଢ଼ି କଲେକ୍ଟର, ମୋ ବାପା ସରକାରୀ ସ୍କୁଲରେ ପଢ଼ି ମିନିଷ୍ଟର ଗାଉଥିବା ବେଳେ ସୁର ପଞ୍ଚ ଲାଇନ୍ ଦେଇ ଗୀତର ତାଳ ଧରୁଛନ୍ତି। ମଝିରେ ମଝିରେ ସୁରଙ୍କ ବ୍ରାଣ୍ଡ ଡାଇଲଗ ମାଡ଼ିଚାଲ ଗୀତକୁ ଆହୁରି ସୁନ୍ଦର କରୁଛି ।
ରାଜନୀତିରେ ନିଜ ବୋଲିବାଣୀ ପାଇଁ ପପୁଲାରିଟି ଗେନ୍ କରିଥିବା ସୁରଙ୍କ ଏହା ହେଉଛି ସଙ୍ଗୀତ ଜଗତରେ ତୃତୀୟ ଗୀତ । ପୂର୍ବରୁ ମଜାକିଆ ଢଙ୍ଗରେ ଗାଇଥିବା ଗୀତ ଗୁଡ଼ିକ ହିଟ୍ ହୋଇ ସାରିଛି । ସୁର ତାଙ୍କ ଶିକ୍ଷା ଜୀବନରେ ଥାର୍ଡ କ୍ଲାସରେ କଟିଥିଲା । ତେଣୁ ସେ ଶିକ୍ଷାକୁ ଗୁରୁତ୍ଵ ଦେଉଥିବା କହିଛନ୍ତି । ଗୀତଟି ଭୁବନେଶ୍ୱର ସୂର୍ଯ୍ୟନଗରରେ ଥିବା ଗୁଡୁଲି ରଥଙ୍କ ଷ୍ଟୁଡ଼ିଓରେ ସୁଟିଂ ହୋଇଛି । ଏହାର ସଙ୍ଗୀତ ନିର୍ଦ୍ଦେଶକ ରହିଛନ୍ତି ରଶ୍ମିରଞ୍ଜନ । ପ୍ରଫେସନାଲ ସିଙ୍ଗର ମୋନାଲୀ ସୁରଙ୍କ ଲୟ ତାଳ କୁ ଖୁବ୍ ପ୍ରଶଂସା କରିଛନ୍ତି । ଖୁବ ଶିଘ୍ର ସୋସିଆଲ ମିଡ଼ିଆକୁ ଏହି ଗୀତ ଆସିବ । ବାକି ଶ୍ରୋତା ବିଚାର କରିବେ ଗୀତ କେମିତି ଲାଗିଲା ।

Leave a comment