ବିଳମ୍ବିତ ହେବ ସୁଜାତାଙ୍କ ଆଗମନ, କ’ଣ କରିବେ ଏବେ ପାଣ୍ଡିଆନ?

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ): ନୂଆପଡ଼ା ଉପନିର୍ବାଚନ ସରିଲା । ଫଳାଫଳ ଯାହା ହେଲା ସେ ବିଷୟରେ ଆମେ ଆଲୋଚନା କରୁନାହୁଁ । କିନ୍ତୁ ନୂଆପଡ଼ା ବାହାରୁ ପ୍ରାର୍ଥୀ କରିବା ନେଇ ଦଳ ଭିତରେ ଅସନ୍ତୋଷ ରହିଥିଲା । କିନ୍ତୁ ଆମେ ବିଶ୍ୱାସ କରୁ ମନୋଜ ମିଶ୍ର, ଅବନୀ ଯୋଶୀ ଏବଂ ସ୍ଥାନୀୟ ନେତାଙ୍କ ଅପେକ୍ଷା ସ୍ନେହାଙ୍ଗିନୀ ନୂଆପଡ଼ା ରେ ପ୍ରଭାବ ବିସ୍ତାର କରିପାରିବେ ଭାବି ଏଭଳି ନିଷ୍ପତ୍ତି ନିଆଯାଇଥିଲା ।

ଯଦି ନୂଆପଡ଼ା ବାହାରୁ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରାଯାଇ ପାରିଲା ତେବେ ସ୍ନେହାଙ୍ଗିନୀଙ୍କ ଠାରୁ ଆହୁରି ଭଲ ପ୍ରାର୍ଥୀ କଣ ନୂଆପଡ଼ା କି କଳାହାଣ୍ଡି ଲୋକସଭା ଅଞ୍ଚଳରେ ନଥିଲେ । ଥିଲେ ଆଜ୍ଞା । କାରଣ ବିଜେଡି ରୁ ଯେଉଁମାନେ ତୁଙ୍ଗ ନେତା ଉପନିର୍ବାଚନ ପରିଚାଳନା ଦକ୍ଷତା ଅଛି ଏବଂ ସେଠାକାର ସଂଗଠନ କୁ ବୁଝନ୍ତି ସେମାନେ ପ୍ରଥମେ ପୁଷ୍ପେନ୍ଦ୍ର ସିଂଦେଓ ନାମ ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ବାହାରୁ କାହାକୁ ପ୍ରାର୍ଥୀ କରିବା ତେବେ ଲୋକସଭା ବା ଅଭିଭକ୍ତ କଳାହାଣ୍ଡି ଜିଲ୍ଲାର ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ପ୍ରାର୍ଥୀ କଲେ ଲଢେଇ ଭଲ ହୋଇପାରିବ । କିନ୍ତୁ ପୁଷ୍ପେନ୍ଦ୍ର ଭି.କେ ପାଣ୍ଡିଆନଙ୍କ ଗୁଡ଼ବୁକରେ ନାହାଁନ୍ତି ।

ଭି କେ ପାଣ୍ଡିଆନ ଏବଂ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଗୁଡ଼ବୁକରେ ନଥିବାରୁ ପୁଷ୍ପେନ୍ଦ୍ରଙ୍କୁ ପ୍ରାର୍ଥୀ କରାଗଲା ନାହିଁ । ପୁଷ୍ପେନ୍ଦ୍ର ଙ୍କୁ କିଛିଦିନ ତଳେ ଜିଲ୍ଲା ସଭାପତି ପଦରୁ ମଧ୍ୟ ବଞ୍ଚିତ କରାଯାଇଥିଲା । ପୁଷ୍ପେନ୍ଦ୍ର ଙ୍କୁ ଘୋର ବିରୋଧ କରନ୍ତି ସ୍ଥାନୀୟ ଅଞ୍ଚଳର ଦିବ୍ୟଶଙ୍କର ମିଶ୍ର । ଆଉ ଦିବ୍ୟଶଙ୍କର ମିଶ୍ର ହେଉଛନ୍ତି ପାଣ୍ଡିଆନ କୋଟାରୀ ର ଗୁଡ଼ବୁକ ରେ ଅଛନ୍ତି । ତେଣୁକରି ଦିବ୍ୟଶଙ୍କର ଙ୍କ ଅହଂକାର ଆଉ ପାଣ୍ଡିଆନ ଏବଂ ସୁଜାତା ଙ୍କ ପାଇଁ ପୁଷ୍ପେନ୍ଦ୍ରଙ୍କୁ ପ୍ରାର୍ଥୀ କରାଗଲା ନାହିଁ । ତାପରେ କାହାକୁ ପ୍ରାର୍ଥୀ କରାଯିବ ନେଇ ବିଚାର କରାଗଲା । ଧାମନଗର ମଡେଲ ରେ ମହିଳା ଓ ଏସ ଓ ଜି ମଡେଲ ରେ ଫେଲ ହେବା ପରେ ମଧ୍ୟ ସୁଜାତଙ୍କୁ ଦଳକୁ ଆଣିବା ପାଇଁ ଯେଉଁ ପ୍ଲାନ କରାଯାଇଥିଲା ତାହାକୁ କାର୍ଯ୍ୟକାରୀ କରାଯିବା ପାଇଁ ଆପଣ ଦେଖିଥିବେ କେବଳ ମହିଳା ମାନେ ବସି ପ୍ରେସ ମିଟ କରିବା ମହିଳା ନେତ୍ରୀ ମାନଙ୍କୁ ଆଗକୁ ଛଡ଼ାଯିବା ସବୁ କରାଯାଉଥିଲା ।

ସେହି କ୍ରମରେ ସ୍ନେହାଙ୍ଗିନୀ ହେଉଛନ୍ତି ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ଜଣେ ବଡ଼ ନେତ୍ରୀ ବା ଅଭିଜ୍ଞ ନେତ୍ରୀ । ତାଙ୍କୁ ନିଆଯାଇ ଯଦି ନିର୍ବାଚନ ଫଳାଫଳରେ ଆମେ ଯଦି ଅଳ୍ପ ଭୋଟରେ ହାରିଯାଉଛେ ତେବେ ସ୍ନେହାଙ୍ଗିନୀଙ୍କ ମନ୍ତ୍ର କାମ କଲା ଏବଂ ଆମେ ପ୍ରଶାସନ କଳ ଦ୍ୱାରା ହାରିଗଲେ ବାର୍ତ୍ତା କୁ ଚଲାଇଦେଇ ମହିଳା ଙ୍କ ବଳ ବିଜୁ ଜନତା ଦଳ ହେବ । ଏବଂ ଠିକ ନଭେମ୍ବର ର ମାସକ ପରେ ହୋଇଥାନ୍ତା ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ । ଆଉ ସେତିକି ବେଳେ ଦଳରେ ମିଶିଥାନ୍ତେ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଆଉ ହୋଇଥାନ୍ତେ କାର୍ଯ୍ୟକାରୀ ସଭାପତି ।

ତାପରେ ସେ ବୁଲିଥାନ୍ତେ ସବୁ ଜିଲ୍ଲା । କିନ୍ତୁ ଏବେ ଫଳାଫଳ ତୃତୀୟ ସ୍ଥାନକୁ ନେଇଯାଇଛି । ଧାମନଗର ରେ ଯେମିତି ପରାଜୟ ହୋଇଥିଲା ନୂଆପଡ଼ା ରେ ତାଠାରୁ ଅଧିକ ଶୋଚନୀୟ ପରାଜୟ ହୋଇଛି ବିଜେଡିର । ତେଣୁକରି ସୁଜାତାଙ୍କ ଆସିବା ପାଇଁ ଯେଉଁସବୁ ସ୍କ୍ରିପ୍ଟ ରଚନା କରାଯାଇଥିଲା ତାକୁ ଏବେ କାର୍ଯ୍ୟକାରୀ କରାଯିବ ନାହିଁ । ଡିସେମ୍ବର ରେ ସୁଜାତା ବିଜେଡି ରେ ମିଶିବାକୁ ବିଳମ୍ବିତ କରିବା ପାଇଁ ବିଜେଡି ଭାବୁଛି । ଏହି ରଣନୀତି ଓ କିଙ୍ଗପିଙ୍ଗ ରେ ଅଛନ୍ତି ଭି କେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଦିବ୍ୟଶଙ୍କର ମିଶ୍ର ,ଦେବୀପ୍ରସାଦ ମିଶ୍ର ଏବଂ ବିଜେଡି ବିଜେପି ମଧ୍ୟରେ ଥିବା ସୂତ୍ରଧର ଅଶ୍ୱିନୀ ବୈଷ୍ଣବ । ତେବେ କେବେ ପୁଣି ସୁଜାତଙ୍କ ଆଗମନ ହେବ ।

ଏବେ ଆଲୋଚନା ହେଉଛି କି ଓଡ଼ିଆ ଲୋକ ଖୁବଶୀଘ୍ର ସବୁ ଜିନିଷ ଭୁଲି ଯାଆନ୍ତି । ତେଣୁ ଆଉ ଦୁଇ ତିନି ମାସ ଅପେକ୍ଷା କଲାପରେ ଆସିବ ରାଜ୍ୟସଭା ନିର୍ବାଚନ । ଏହି ରାଜ୍ୟସଭା ନିର୍ବାଚନରେ ଶତୃପ୍ତ ମିଶ୍ର କିମ୍ବା ସୁଜାତଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟସଭା ପଠେଇ ପୁଣି ସୁଜାତଙ୍କୁ ବିଜେଡି ଦଳ ଭିତରକୁ ଆଗମନ କରିବା ପାଇଁ ଯୋଜନା କରାଯାଉଅଛି । କିନ୍ତୁ ଦଳର ଏପରିସ୍ଥିତିରେ ନୂଆପଡା ଉପନିର୍ବାଚନ ପରେ ଏହାକୁ ସାଧାରଣରେ କେତେ ମାତ୍ରାରେ ଗ୍ରହଣ କରାଯିବ ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a comment