ଜିଏମ୍ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି
ସମ୍ବଲପୁର ୦୬।୧୧: ରିଆଡମିସନ ଫି ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି । ସମ୍ବଲପୁର ଜିଏମ୍ ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି | କଲେଜ ପରିସରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ସହ ଧାରଣାରେ ବସିଛନ୍ତି ।ଖବର ଅନୁଯାୟୀ, ଜିଏମ୍ ବିଶ୍ୱବିଦ୍ୟାଳୟରେ ରିଆଡମିସନ ଫି ବୃଦ୍ଧିକୁ ନେଇ ଛାତ୍ର ଅଶାନ୍ତି ଦେଖାଦେଇଛି । ଆଜି ଶତାଧିକ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି | ପ୍ରତି ବିଷୟରେ ପାଖାପାଖି ୨ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଯାହାକୁ ବିରୋଧ କରି କଲେଜ ପରିସରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆନ୍ଦୋଳନସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛନ୍ତି ।