ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ୍ ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କରୋନା ପରିସ୍ଥିତିକୁ ଦେଖି ପରୀକ୍ଷା ବାତିଲ ନେଇ ଦାବି କରିଛି ଯୁକ୍ତଦୁଇ ଛାତ୍ର ସଂଘ। ବର୍ଷର ଅଧିକାଂଶ ସମୟ ପାଇଁ ପାଠପଢା ବନ୍ଦ ରହିଥିଲେ । ତେଣୁ ପରୀକ୍ଷା କଲେ ପିଲାଙ୍କ ପାଇଁ ଅସୁବିଧା ହୋଇପାରେ। ଛାତ୍ରଛାତ୍ରୀ ମାନେ ୬ ମାସରୁ କମ୍ ସମୟ ମଧ୍ୟରେ ପୁରା ୧ ବର୍ଷର ପାଠ୍ୟକ୍ରମକୁ କଭର୍ କରିଛନ୍ତି |ଏପିରିକି ରାଜ୍ୟର ଅଧିକାଂଶ ଛାତ୍ର ମଧ୍ୟବିତ୍ତ ପରିବାରର ଅଟନ୍ତି । ସବୁ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନ ଥିବାବେଳେ ଆଉ କାହା ପାଖରେ ଇଣ୍ଟରନେଟ୍ର ସୁବିଧା ମଧ୍ୟ ନାହିଁ । ଅନଲାଇନ୍ କ୍ଲାସ୍ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । ପରୀକ୍ଷା ବାତିଲ କରାଯାଇ କ୍ୱାର୍ଟର ପରୀକ୍ଷା ଆଧାରରେ ମାର୍କ ପ୍ରଦାନ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।