ବିଜେବି କଲେଜରେ ଛାତ୍ର ଉତ୍ତେଜନା, ଗେଟ୍ରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ର

ଭୁବନେଶ୍ୱର ବିଜେବି କଲେଜରେ ଛାତ୍ର ଉତ୍ତେଜନା । କଲେଜ ଗେଟ୍ରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ର । କଲେଜ କ୍ୟାମ୍ପସରୁ ଜଣେ ପୂର୍ବତନ ଛାତ୍ରଙ୍କୁ ପୋଲିସ ଉଠାଇ ନେବା ପ୍ରତିବାଦରେ ରାଜପଥ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ଏକ ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଛି । ଛାତ୍ରଛାତ୍ରୀମାନେ ରାସ୍ତାରେ ବସି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ ପୋଲିସ ଉଠାଇ ନେଇଥିବା ଛାତ୍ରଙ୍କ ନାଁରେ ପୂର୍ବରୁ ମାମଲା ରହିଥିବା ପୋଲିସ କହୁଥିବା ଜଣାଯାଇଛି ।