ପୁରୀ ଜଗନ୍ନାଥ ମନ୍ଦିର ନିକଟବର୍ତ୍ତୀ ମଠ ଗୁଡିକର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ଦୃଷ୍ଟିକୋଣରୁ ମେଘନାଦ ପାଚେରୀକୁ ଲାଗି ଥିବା ଦୋକାନ ସବୁ ଉଠାଇ ଦିଆଯାଇଛି । ସେହିପରି ପୁରୀକୁ ବିଶ୍ୱ ଐତିହ୍ୟ ସହର ମାନ୍ୟତା ଦେବାପାଇଁ ଶ୍ରୀମନ୍ଦିର ଚତୁରପାର୍ଶ୍ଵରୁ ୭୫ମିଟର ଭିତରେ ଥିବା ସମସ୍ତ ମଠ, ଦୋକାନ ଓ ଘର ଭଙ୍ଗା ଯିବା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୀରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏବଂ ୨୧ ଜଣ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯିବା ସହ ଓଏସଏଏଫ ଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ଶ୍ରୀମନ୍ଦିର ଚତୁରପାର୍ଶ୍ଵରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ପୂର୍ବରୁ ଥଇଥାନ କରାନଯିବାକୁ ନେଇ କିଛି ବ୍ୟବସାୟୀ ଗତକାଲି ବଡ଼ଦାଣ୍ଡରେ ବିରୋଧ ପ୍ରଦର୍ଶନ କରିଥିଲେ ।

ଅପରପକ୍ଷରେ ରାଜ୍ୟ ସରକାର ଉଚ୍ଛେଦରେ କ୍ଷତିଗ୍ରସ୍ତ ସମସ୍ତଙ୍କ ଥଇଥାନ କରାଯିବା ପ୍ରତିଶ୍ରୁତି ଦେଇଛନ୍ତି ଓ ପୁରୀକୁ ବିଶ୍ୱ ଐତିହ୍ୟ ସହର ମାନ୍ୟତା ଦେବାରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓରେ ଅନୁରୋଧ କରିଛନ୍ତି ।

Leave a comment