ଗ୍ୟାସ ଦର ବୃଦ୍ଧିକୁ ନେଇ ବାଲିପାଟଣା ବିଜେଡିର ପ୍ରତିବାଦ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ଅହେତୁକ ଭାବରେ ଗ୍ୟାସ ଦର ବୃଦ୍ଧି ପାଉଥିବାରୁ ଏହାକୁ ପ୍ରତିବାଦ କରି ବାଲିପାଟଣା ବ୍ଲକ ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯାଇଛି । ବାଲିପାଟଣା ହାଟ ଛକ ଠାରୁ ସ୍ଥାନୀୟ ବିଧାୟକ ଅରବିନ୍ଦ ଢାଲିଙ୍କ ନେତୃତ୍ୱରେରେ ଶତାଧିକ ମହିଳା ଏବଂ ପୁରୁଷ କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚି ଥିଲେ । ଆନ୍ଦୋଳନକାରୀ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଆଗାମୀ ଦିନରେ ଯଦି ଗ୍ୟାସ ଦର ହ୍ରାସ ନ ହୁଏ ତେବେ ପ୍ରତିବାଦ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏକ ଦାବି ପତ୍ର ମହା ମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନକାରୀ ବାଲିପାଟଣା ବ୍ଳକ କର୍ମଚାରୀଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି ।