ପାଣି ପାଇଁ ତାତିଲେ ଲୋକେ, ହାଣ୍ଡି ମାଠିଆ ଧରି ରାଜରାସ୍ତାରେ ଲୋକେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିଇବା ପାଣି ସଙ୍କଟକୁ ନେଇ ହାଣ୍ଡି ମାଠିଆ ଧରି ରାସ୍ତାକୁ ଓଲାଇଲେ ଶତାଧିକ ମହିଳା ପୁରୁଷ । ଆସିକା ଧରାକୋଟ ମୁଖ୍ୟ ରାସ୍ତା ପଙ୍କଲବାଡ଼ି ଅବରୋଧ କରିଛନ୍ତି ଗ୍ରାମବାସୀ । ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଥିବା ସୂଚନା ।
ଧରାକୋଟ ଥାନା ପଙ୍କଲବାଡ଼ି ଠାରେ ପାଣି ସମସ୍ୟାକୁ ନେଇ ତାତିଛନ୍ତି ଲୋକେ । ହାଣ୍ଡି ମାଠିଆ ରଖି ୫୯ ନଂ ଜାତୀୟ ରାଜାପଥକୁ ଅବରୋଧ କଲେ ଗ୍ରାମବାସୀ । ଫଳରେ ଆସିକା ଠାରୁ ସୋରଡ଼ା, ଶେରଗଡ଼, ଦିଗପହଣ୍ଡି ଯାତାୟାତ ବାଧାପ୍ରାପ୍ତ । ଧରାକୋଟ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Leave a comment