ଏସ୍‌ଟିଏଫ୍‌ କବ୍‌ଜାରେ ବାଘ ଶିକାରୀ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଶିକାରୀ । ବୌଦ୍ଧ ମନମୁଣ୍ଡାରୁ ଶିକାରୀ ହର ରଣାକୁ ଗିରଫ କରିଛି ଏସଟିଏଫ । ବାଘ ଛାଲ ଓ ବନ୍ଧୁକ ଗୁଳି ତାଙ୍କଠାରୁ ଜବତ କରାଯାଇଛି । ଏହା ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଲା ଏସଟିଏଫ ଟିମ୍‌ । ବାଘ ଛାଲର ଫରେନସିକ ଯାଞ୍ଚ ପାଇଁ ପଠାଯିବ । ତେବେ ରାଜ୍ୟରେ ବର୍ଷକ ମଧ୍ୟରେ ୧୫ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୩ଟି ଜୀବନ୍ତ ବଜ୍ରକାପ୍ତା ଜବତ ଏବଂ ୨୮ ଜଣଙ୍କୁ ଗିରଫ କରିଛି ଏସଟିଏଫ ।

Leave a comment