ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦

0

ଓଡିଶା ଫାଷ୍ଟ(ବ୍ୟୁରୋ): ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆଜି ସନ୍ଧ୍ୟାରେ ଖେଳାଯିବ ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦ । ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଠାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଗୌହାଟୀରେ ଖେଳା ଯିବାକୁ ଥିବା ପ୍ରଥମ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଯିବା ପରେ ଇନ୍ଦୋରରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚକୁ ୭ ୱିକେଟରେ ଜିତି ଭାରତ ସିରିଜ ୧-୦ରେ ଆଗୁଆ ରହିଛି । ୧-୦ରେ ଆଗୁଆ ଥିବା ଟିମ ଇଣ୍ଡିଆ ଆଜିର ମ୍ୟାଚ ଜିତି ସିରିଜ୍ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଥିବା ବେଳେ ସିରିଜର ଶେଷ ମ୍ୟାଚରେ ବିଜୟ ଲାଭ କରି ସିରିଜକୁ ବରାବର ଲକ୍ଷ୍ୟ ନେଇ ପଡିବାକୁ ଓହ୍ଲାଇବ ଲାସିଥ୍ ମାଲିଙ୍ଗାଙ୍କ ନେତୃତ୍ୱାଧୀନ ସିଂହଳି ଦଳ ।

ପୂର୍ବ ମ୍ୟାଚରେ ଦମଦାର ବିଜୟ ହାସଲ କରିଥିବା ଟିମ ଇଣ୍ଡିଆ ଆଜିର ମ୍ୟାଚରେ କୌଣସି ପରିବର୍ତନ କରିବାର ଆଶା ଦିଶୁନଥିବା ବେଳେ ତଥାପି ସମ୍ଭାବ୍ୟ ଭାରତୀୟ ଦଳ – ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ଥ (ୱିକେଟରକ୍ଷକ), ଶିଭମ ଦୁବେ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରିତ ବୁମରା, ସାର୍ଦ୍ଦୁଲ ଠାକୁର, ନବଦୀପ ସୈନି ଙ୍କୁ ନେଇ ଓହ୍ଲାଇବ ଭାରତ ।

Leave a comment