‘ମେଣ୍ଟାଲ୍ ଡିଜ୍ଅର୍ଡର’ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କ ନିର୍ଦେଶ
ବିରୋଧୀଙ୍କ ପ୍ରବଳ ଚାପ ପରେ ଶେଷରେ ୟୁ-ଟର୍ଣ୍ଣ ମାରିରେ ସରକାର । ବିରୋଧୀ ଦଳ ନେତାଙ୍କ ପ୍ରତି ଦିଆଯାଇଥିବା ‘ମେଣ୍ଟାଲ୍ ଡିଜ୍ଅର୍ଡର’ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦିଆଯାଇଛି । ତେବେ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇନଥିବାରୁ ବିଧାନସଭାରେ ହଟ୍ଟଗୋଳ ଜାରି ରହିଛି । ଏନେଇ ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି ।
ଆଉ ଏହାରି ଭିତରେ ଜୟନାରାୟଣ ସାଂଘାତିକ ଅଭିଯୋଗ, ନା ଗୃହରେ ନା ଗୃହ ବାହାରେ ସେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ତାଙ୍କର ଯଦି କିଛି ହୋଇଯାଏ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।
ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ଆଉ ବାଚସ୍ପତି । ଏଣେ ଶାସକ ଦଳ ଟାର୍ଗେଟରେ ବିରୋଧୀ । ଏକଦମ୍ ଟକ୍କରା ଟକ୍କରି ସ୍ଥିତିରେ ଦୁଇ ପକ୍ଷ, ଅଚଳ ବିଧାନସଭା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିବା କହି ଶାସକ ଦଳ ଆକ୍ଷେପ କରିବା ପରେ ବାଚସ୍ପତିଙ୍କ ଉପରକୁ ବିଜେପି ବିଧାୟକଙ୍କ ଡାଲି ମାଡ଼ କରି ଦୁଇ ବିଧାୟକ ସସପେଣ୍ଡ ହୋଇଛନ୍ତି ।