ସ୍ପେଶାଲ୍ ଫୋକସ ଷ୍ଟେଟ ଦାବି କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚି ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ କରୁଛନ୍ତି ଅଧ୍ୟକ୍ଷତା । ଲୋକସଭା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଝାଡଖଣ୍ଡର ଅର୍ଥମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ପେଶାଲ୍ ଫୋକସ ଷ୍ଟେଟ ଦାବି କରିଛନ୍ତି। ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ୪ଟି ପ୍ରସଙ୍ଗ ଉଠାଇଛନ୍ତି ନବୀନ। ଜାତୀୟ ସଂହତି ଓ ରାଜ୍ୟ-ରାଜ୍ୟ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧ୍ୟରେ ସଂହତି ଆସିବ ଦରକାର।

ଲଗାତର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଓଡ଼ିଶା। ଏଥିଲାଗି ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ଵତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ଦାବି କରିଛନ୍ତି ନବୀନ। ଏହା ସହ ବ୍ୟାଙ୍କ, ଟେଲି ଯୋଗାଯୋଗ, ରେଲୱେ ଏବଂ ସଡ଼କର ବିକାଶ ପ୍ରସଙ୍ଗ ମଧ୍ୟ ଦାବିରେ ଉଲ୍ଲେଖ କରାଯାଇଛି।

Leave a comment