ମହାମାରୀ କରୋନା ନେଲା ସ୍ପେନ ରାଣୀଙ୍କ ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀ ନେଲା ସ୍ପେନ ରାଣୀ ମାରିଆ ଟେରେସାଙ୍କ ଜୀବନ । ସ୍ପେନର ରାଜା ଚତୁର୍ଥ-ଫିଲିପଙ୍କ ସମ୍ପର୍କୀୟ ତଥା ବୋର୍ବନ-କାର୍ମାର ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ତାଙ୍କୁ କରୋନା ହୋଇଥିବା ରିପୋର୍ଟ ଗତ ଗୁରୁବାର ଦିନ ପ୍ରକାଶ ପାଇଥିଲା ।
ସୂଚନା ଅନୁଯାୟୀ, ବିଗତ ତିନିଦିନ ହେବ ସେ ଭେଣ୍ଟିଲେଟରରେ ଥିଲେ । ମାରିଆଙ୍କ ଭାଇ ବା ପ୍ରିନ୍ସ ସିକ୍ସସ୍ତୋ ଏନରିକ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଭଉଣୀଙ୍କ ମୃତ୍ୟୁ ଖବର ଦେଇଥିଲେ ।