ଖୁବଶୀଘ୍ର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ହେବ ଘରୋଇକରଣ

0

ଖୁବଶୀଘ୍ର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇକରଣ ହେବ । ଭୁବନେଶ୍ୱର ସମେତ ଦେଶର ୨୫ଟି ପ୍ରମୁଖ ବିମାନବନ୍ଦରର ଘରୋଇକରଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ପରିଚାଳିତ ଏହି ୨୫ଟି ବିମାନବନ୍ଦରକୁ ଲିଜ୍‌ରେ ଦେବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି ।

୨୦୨୫ ପର୍ଯ୍ୟନ୍ତ ଏହି ବିମାନବନ୍ଦରଗୁଡ଼ିକୁ ଲିଜରେ ଘରୋଇ କମ୍ପାନିଙ୍କୁ ଦିଆଯିବ । ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂ ଏ ନେଇ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ଜାତୀୟ ମନେଟାଇଜେସନ ପାଇପଲାଇନ (ଏନଏମପି) ଅନୁସାରେ ଏହି ବିମାନବନ୍ଦରକୁ ଲିଜ ସୂତ୍ରରେ ଦିଆଯିବ । ଭୁବନେଶ୍ୱର ସମେତ ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର, କାଲିକଟ, କୋଏମ୍ବାଟୁର, ନାଗପୁର, ପାଟନା, ମଦୁରାଇ, ସୁରଟ, ରାଞ୍ଚି, ଯୋଧପୁର, ଚେନ୍ନାଇ, ବିଜୟୱାଡ଼ା, ବରୋଦରା, ଭୋପାଳ, ତିରୁପତି, ହୁବଲି, ଇମ୍ଫାଲ, ଅଗରତାଲା, ଉଦୟପୁର ବିମାନବନ୍ଦରକୁ ଘରୋଇ କମ୍ପାନିକୁ ଦିଆଯିବ । ବିମାନବନ୍ଦରଗୁଡ଼ିକ ଉତ୍ତମ ପରିଚାଳନା ଓ ବିକାଶ ହେଲେ ଯାତ୍ରୀମାନେ ଉପକୃତ ହୋଇପାରିବେ । ବର୍ତ୍ତମାନ ସୁଦ୍ଧା ୮ଟି ଆନ୍ତର୍ଜାତିକ ବିମାନବନ୍ଦରକୁ ଘରୋଇ କମ୍ପାନଗୁଡ଼ିକୁ ଲିଜ୍‌ ଦିଆଯାଇସାରିଛି ।

Leave a comment