ACF ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କୁ ସାଢେ ତିନି ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ ଟିମ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି । ବୁଧବାର ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପାଇଁ ଉକ୍ତ ଟିମ୍‌ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ଅଧୀନ ବେଗୁନିଆ ଗ୍ରାମରେ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନେନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଏକ ୪ ଜଣିଆ ଟିମ୍‌ ବେଗୁନିଆ ବାସଭବନରେ ପହଞ୍ଚି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର, ମା’ ତୁଳସୀ ମହାପାତ୍ର, ମାମୁଁ ଶୀତିକଣ୍ଠ ପଣ୍ଡା, ବଡ଼ ମାଇଁ ଉର୍ମିଳା ପଣ୍ଡା ଓ ବଡ଼ ଭାଇ ରଞ୍ଜନଙ୍କୁ ସାଢ଼େ ତିନି ଘଣ୍ଟା ପଚରାଉଚରା କରି ଫେରିଯାଇଥିବା ଜଣାପଡିଛି ।

କ୍ରାଇମବ୍ରାଞ୍ଚ ସମ୍ମୁଖରେ ସୌମ୍ୟ ଫୋନରେ କରିଥିବା ବାର୍ତ୍ତାଳାପ, ବିଦ୍ୟାଭାରତୀଙ୍କ ଡିଏଫ୍‌ଓ ସହ ସମ୍ପର୍କ ବିଷୟରେ କହିଥିବା ଜଣାଇଛନ୍ତି । ଏହି ବୟାନ ରେକର୍ଡ ପରେ ଉକ୍ତ ଟିମ୍ କପ୍ତିପଦାର ଗୌଡ଼ ଗାଁକୁ ଯାଇ ବିଦ୍ୟାଭାରତୀଙ୍କ  ସହ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ପାଇଁ ସୂଚନା ମିଳିଛି ।

Leave a comment