ସାମାଜିକକର୍ମୀ ମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଲା ଓଡିଶା ସମାଜସେବୀ ମହାସଂଘ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ହେଉ କି ବନ୍ୟା କିମ୍ବା କରୋନା ମହାମାରୀ ସବୁ ପରିସ୍ଥିତିରେ ସାମାଜିକକର୍ମୀ ମାନେ ବିନା ସରକାରୀ ସୀକୃତିରେ ସେମାନେ ସାମାଜିକ ସେବା ଯୋଗାଇଥାନ୍ତି, ସାମ୍ପ୍ରତିକ ସ୍ଥିତିରେ ଡାକ୍ତର, ଆଶାକର୍ମୀ, ପୋଲିସ, ଗଣମାଧ୍ୟମ ପ୍ରତିନିଧି ପ୍ରଶାସନିକ ଅଧିକାରୀ ସମସ୍ତେ କରୋନା ବିରୋଧରେ ଜଣେ ଜଣେ ଯୋଦ୍ଧା ଭାବେ ଲଢ଼ୁଛନ୍ତି । କିନ୍ତୁ ସାମାଜକର୍ମୀଟିଏ ବିନା ସରକାରୀ ସ୍ୱୀକୃତି ରେ ନିଜର ସମାଜ ପ୍ରତି ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରି ନିଃସ୍ୱାର୍ଥପର ଭାବେ ସାମାଜିକ ସେବା ଯୋଗାଉଛନ୍ତି । ଯେଉଁ ସାମାଜିକକର୍ମୀଟିଏ ବଳେ ପଶି ନିଜର ମାନବିକତା ମାନବଧର୍ମ ପାଳନ କରି ସେବା ଯୋଗାଉଛନ୍ତି ସେମାନଙ୍କର ଆଜିର ସ୍ଥିତିରେ ଅବହେଳିତ ହୋଇପଡିଛନ୍ତି । ସାମାଜିକ ସେବା କରିବାକୁ କେହି ବାଧ୍ୟ କରନ୍ତିନି କିନ୍ତୁ ଯେଉଁ ସାମାଜିକକର୍ମୀଟି ନିଜର ପରିବାରକୁ ପଛରେ ପକାଇ ସାଧାରଣ ଲୋକମାନଙ୍କୁ ସେବା ଯୋଗାଉଛନ୍ତି ସେମାନଙ୍କ ଭବିଷ୍ୟତ ସୁରକ୍ଷା କଥା ସରକାର ଟିକେ ଚିନ୍ତା କରିବା କରିବାର ସମୟ ଆସିଛି , ସରକାର ସମସ୍ତଙ୍କ ପାଇଁ ଚିନ୍ତା କରୁଥିବା ବେଳେ ସାମାଜିକକର୍ମୀ ମାନଙ୍କୁ ଚିହ୍ନଟ କରି ତାଙ୍କ ପରିବାରକୁ ସହାୟତା ପ୍ରଦାନ କରନ୍ତୁ । ଯେମିତି ସାମାଜିକକର୍ମୀ ମାନେ ନିଜର ସମାଜ ପ୍ରତି ଥିବା ଦାୟିତ୍ୱକୁ ବୁଝି ସେବା ଯୋଗାଉଛନ୍ତି ରାଜ୍ୟର ସଚେତନ ନାଗରିକ ହିସାବରେ ସେମିତି ସରକାର ସେମାନଙ୍କର ସେବାର ଗୁରୁତ୍ୱ ବୁଝି ସେମାନଙ୍କୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇଦିଅନ୍ତୁ ।
ଏହି ଅବକାଶରେ ଓଡିଶା ସମାଜସେବୀ ମହାସଂଘ ପକ୍ଷରୁ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ଦିଆଯାଇଛି । ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝାଙ୍କ ସମେତ ମୁଖପାତ୍ର ପ୍ରସନ୍ନ ପାଣି, ସଭ୍ୟ ଦେବାଶିଷ ଜେନା, ତନ୍ମୟ ସାମନ୍ତରାୟ, ସଞ୍ଜୟ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।