ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଙ୍କ ଅନୁରୋଧ କ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କରିବ। ଲାଇଭ କମନ୍ ଫିଡ୍ ବ୍ୟବସ୍ଥାରେ ସବୁ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ଭକ୍ତମାନେ ଏହି ସ୍ନାନଯାତ୍ରାର ସିଧା ପ୍ରସାରଣ ଦେଖି ପାରିବେ। ଏହାବ୍ୟତୀତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାର ପ୍ରସାରଣ କରାଯିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।