ବର୍ଷାରେ ବେହାଲ ସିଲଭର ସିଟି: ହୋଇପାରୁନି ଜଳ ନିଷ୍କାସନ, ସାରା ସହର ଜଳାର୍ଣ୍ଣବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲଘୁଚାପ ବର୍ଷାରେ ବେହାଲ ହୋଇପଡିଛି ସିଲଭର ସିଟି । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ପାଣିରେ ବୁଡିଯାଇଛି ସାରା ସହର । ରାସ୍ତା ଘାଟ କଥା ନକହିବା ଭଳ । ଦୁଇ ଅସରା ଵର୍ଷା ପରେ ଏପରି ସ୍ଥିତି ସୃଷ୍ଟି ହୋଇଛି । ପୁରା ସହରରୁ ନିଷ୍କାସନ ହୋଇପାରୁନି ବର୍ଷାଜଳ ।
ଜଳ ନିଷ୍କାସନ ପାଇଁ ସ୍ଲୁଇସ୍ ଗେଟ୍ ଵନ୍ଦ ଥିଵାରୁ ଏପରି ଅଵସ୍ଥା ହୋଇଛି । ସହରର ସବୁ ରାସ୍ତାରେ ପାଣି ଆଉ ପାଣି । ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଖପୁରିଆ ଶିଳ୍ପାଞ୍ଚଳ ଅଵସ୍ଥା ବି ଶୋଚନୀୟ ହୋଇପଡିଛି । କେବଳ ସେତିକି ନୁହେଁ ଅଧିକାଂଶ ସରକାରୀ ପ୍ରତିଷ୍ଠାନରେ ପାଣି ପଶିଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।