ଶ୍ରୀମନ୍ଦିରର ତିନି ଦ୍ୱାର ରୂପା ଛାଉଣୀ ପ୍ରକ୍ରିୟା ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରର ତିନି ଦ୍ୱାର ରୂପା ଛାଉଣୀ ପ୍ରକ୍ରିୟା । ମୁମ୍ବାଇରୁ ଏକ ୫ ଜଣିଆ ବିଶେଷଜ୍ଞ ଦଳ ପୁରୀ ଆସିବା ସହ ମନ୍ଦିରର ଦ୍ୱାରଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ମୁମ୍ବାଇ ଏହି ୫ ଜଣିଆ ବିଶେଷଜ୍ଞ ଦଳ ଦ୍ୱାର ଗୁଡିକ ମାପିଥିବା ଜଣାପଡିଛି । ପୂର୍ବରୁ ଶ୍ରୀମନ୍ଦିରର କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ଓ ବେହରଣ ଦ୍ୱାରର କବାଟକୁ ରୂପା ଛାଉଣି କରାଯିବ ବୋଲି ସୂଚନା ମିଳିଥିଲା । ଏହି ସମସ୍ତ ଦ୍ୱାରକୁ ମରାମତି କରାଯାଇ ଏହା ଉପରେ ରୂପା ଚାଦରର ଆସ୍ତରଣ ଦିଆଯିବ । ରାଜସ୍ଥାନର କାରିଗରମାନେ ଆସି ଏହି କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।

Leave a comment