ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ ନାହାନ୍ତି ବିଗ୍‌ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଲା। ମୁମ୍ବାଇର ଏକ ହସ୍ପିଟାଲରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ। ବିଗ୍‌ ବସ୍‌ ସିଜିନ୍‌ ୧୩ର ସେ ବିଜେତା ମଧ୍ୟ ହୋଇଥିଲେ। ହଠାତ୍‌ ତାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଏକ ବଡ ଝଟ୍‌କା ଦେଇଛି। ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ବିଶେଷ କରି ବିଗ୍‌ ବସ୍‌ ଜିତିବା ପରେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା ଏବଂ ଦିନକୁ ଦନ ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ଶୀର୍ଷ ଛୁଇଁଥିଲା। ଏତେ କମ୍‌ ବୟସରେ ହଠାତ୍‌ ଏମିତି ଚାଲିଯିବା ତାଙ୍କ ଫ୍ୟାନ୍‌ଙ୍କୁ ସ୍ତବ୍ଧ କରିଦେଇଛି।
ବାଳିକା ବଧୂ ସିରିଏଲ୍‌ରୁ ଲୋକପ୍ରିୟତା ହାସଲ କରିଥିବା ସିଦ୍ଧାର୍ଥ ହମ୍ପଟି ଶର୍ମାକି ଦୁଲହନିଆଁ ଫିଲ୍ମରେ ମଧ୍ୟ କାମ କରିଥିଲେ। ସେ ଶେଷଥର ପାଇଁ ଏକତା କପୁରଙ୍କ ଲୋକପ୍ରିୟ ସିରିଜ ବ୍ରେକନ୍‌ ବଟ୍‌ ବିୟୁଟିଫୁଲ୍‌-୩ରେ ନଜର ଆସିଥିଲେ। ଯେଉଁଥିରେ ସେ ଅଗସ୍ତ୍ୟ ଭୂମିକା ତୁଲାଇଥିଲେ।

Leave a comment