ପୁଣି ଶ୍ରୀମନ୍ଦିରରେ ପ୍ରବଳ ଭିଡ, ଅଚେତ ହେଲେ ଭକ୍ତ

ପୁଣି ଶ୍ରୀମନ୍ଦିର ଆଗରେ ପ୍ରବଳ ଭିଡ ଭିତରେ ଅଚେତ ହେଲେ ଜଣେ ଭକ୍ତ । ରାଜସ୍ଥାନ ଯୋଧପୁରରୁ ମହାପ୍ରଭୁଙ୍କ ଭକ୍ତ ଜଣଙ୍କ ଦର୍ଶନ ପାଇଁ ଆସିଥିବାବେଳେ ଅଚେତ୍ ହୋଇପଡିଥିବା ଜଣାପଡିଛି । ବ୍ୟାରିକେଡରେ ଦର୍ଶନ ପାଇଁ ଠିଆ ହୋଇଥିବାବେଳେ ହଠାତ୍ ତଳେ ପଡି ବେହୋସ୍ ହୋଇଯାଇଥିଲେ ଭକ୍ତ । ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଆଗରେ ପ୍ରବଳ ଭିଡ ଜମିଛି ।
କେବଳ ସିଂହଦ୍ବାର ଦେଇ ପ୍ରବେଶ ହେଉଥିବାରୁ ଭକ୍ତ ହନ୍ତସନ୍ତ ହେଉଛନ୍ତି । ଚାରି ଦୁଆର ଖୋଲିବା ନେଇ ଭକ୍ତ ଦାବି କରୁଥିବାବେଳେ ଏନେି କୌଣସି ପଦକ୍ଷେପ ନିଆଯାଉନାହିଁ । ସେପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆଗକୁ ନୂଆବର୍ଷ ଥିବାବେଳେ ପୁରୀରେ ନାହିଁ ନଥିବା ଭିଡ ଜମୁଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ସହ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି । ଦର୍ଶନ ପାଇଁ ଶୃଙ୍ଖଳିତ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରୁଛନ୍ତି ବିଦେଶୀ ପର୍ଯ୍ୟଟକ ।