ପହିଲାରୁ ଶିରିଡି ସାଇ ବାବା ମନ୍ଦିର ଦର୍ଶନ ବନ୍ଦ

0

ଶିରିଡି ସାଇବାବା ଯିବାକୁ ପ୍ଲାନ କରୁଥିଲେ ଆପଣଙ୍କ ନୈରାଶଜନକ ଖବର । ଶିରିଡି ସାଇ ବାବାଙ୍କୁ ଦର୍ଶନ ନେଇ ବଡ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଶିରିଡି ସାଇ ବାବା ମନ୍ଦିର ମେ ୧ ତାରିଖରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସାଇବାବା ଟେମ୍ପଲ ଟ୍ରଷ୍ଟ । ମନ୍ଦିରରେ ସୁରକ୍ଷା ପାଇଁ ସିଆଇଏସଏଫ ଯବାନ ମୁତୟନ ହେବାକୁ କୁହାଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ଟ୍ରଷ୍ଟ ।

ସିଆଇଏସଏଫଙ୍କୁ ମନ୍ଦିର ସୁରକ୍ଷାରେ ରହିବା ପାଇଁ ଗ୍ରାମବାସୀ ବିରୋଧ କରୁଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ ରହିଥିବା ବେଳେ ଆଳତୀ ଏବଂ ଅନ୍ୟାନ ପୂଜାର୍ଚ୍ଚନା ଚାଲୁରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ମନ୍ଦିର ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବା ସତ୍ତ୍ୱେ ମନ୍ଦିରର ଅନ୍ୟ ସବୁ କାର୍ଯ୍ୟ ଚାଲୁ ରହିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ତେବେ ଗତ ବୁଧବାରରେ ହୋଇଥିବା ମିଟିଂ ପରେ ମନ୍ଦିରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ତେବେ ଦର୍ଶନ ବନ୍ଦ ରହିବା ସମୟରେ ସାଇବାବା ସଂସ୍ଥାର ସମସ୍ତ ଆବାସ ବ୍ୟବସ୍ଥା ଏବଂ ଭୋଜନ ବ୍ୟବସ୍ଥା ଚାଲୁ ରହିବ । ଶିରିଡି ସାଇବାବା ମନ୍ଦିରରେ ବାରମ୍ବାର ଆକ୍ରମଣ ଧମକ ମିଳୁଛି । ଏହା ପରେ ମନ୍ଦିର ପରିସରରେ ଅନେକ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି।

ତେବେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ ପାଇଁ ସିରିଡି ଆସନ୍ତି। ଏମିତିରେ ମନ୍ଦିର ବନ୍ଦ କରିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମହାରାଷ୍ଟ୍ରର ଅହମଦନଗରର ଏକ ଗାଁରେ ବାବାଙ୍କ ମନ୍ଦିର ଅବସ୍ଥିତ । ସାଇ ବାବ ମନ୍ଦିରରେ ସବୁ ଧର୍ମର ବ୍ୟକ୍ତି ପୂଜାର୍ଚ୍ଚନା କରନ୍ତି । ମନ୍ଦିରର ସମସ୍ତ ଦାୟିତ୍ୱ ଶିରିଡି ସାଇ ବାବା ମନ୍ଦିର ଟ୍ରଷ୍ଟ ଦ୍ୱାରା ହୋଇଥାଏ । ତେବେ ଟ୍ରଷ୍ଟର ଏଭଳି ନିଷ୍ପତ୍ତିକୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ରହିଛନ୍ତି।

 

Leave a comment