କଂଗ୍ରେସରେ ମିଶିବେ ଶତ୍ରୁଘ୍ନ ସିହ୍ନା !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଜେପି ନେତା ତଥା ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ବଜେପି ଛାଡି କଂଗ୍ରେସରେ ମିଶିବେ ବୋଲି ଜଣାପଡ଼ିଛି । ବାରମ୍ବାର ଦଳ ବିରୋଧୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମତ ଦେଉଥିବାରୁ ବଜେପି ତାଙ୍କୁ ଏଥର ପ୍ରାର୍ଥୀ କରିବ ନାହିଁ ବୋଲି ଶୁଣିବାକୁ ମିଳିଥିଲା । ତେବେ ଦଳରେ ରହି ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେବା ସତ୍ତ୍ୱେ ଦଳ ପକ୍ଷରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବେଳେ ଶତ୍ରୁଘ୍ନ ମଧ୍ୟ ଦଳ ଛାଡି ନ ଥିଲେ । ତେବେ ଆଗାମୀ ସାଧାରଣ ନିର୍ବାଚନରେ ଶତ୍ରୁଘ୍ନଙ୍କ ସ୍ଥାନରେ ଦଳ କେନ୍ଦ୍ରମନ୍ତ୍ରୀ ରବି ଶଙ୍କରଙ୍କୁ ଟିକେଟ୍‌ ଦେବ ବୋଲି ଜଣାପଡ଼ିବା ପରେ ସେ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀଙ୍କ ପକ୍ଷରୁ ହେଉଥିବା ଏକାଧିକ ରାଲିରେ ଶତ୍ରୂଘ୍ନ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାରୁ ସେ କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ତେବେ ପାଟଣା ସାହିବରୁ ହିଁ ଶତ୍ରୁଘ୍ନ ପ୍ରାର୍ଥୀ ହେବେ ବୋଲି ଏକାଧିକ ଟୁଇଟ କରିଥିବାରୁ ସେ କଂଗ୍ରେସ ପ୍ରାର୍ଥୀ ଭାବେ କଂଗ୍ରେସରୁ ଲଢ଼ିବେ ବୋଲି ସୂଚନା ମିଳିଛି ।

Leave a comment