ଶଙ୍କରାଚାର୍ଯ୍ୟଙ୍କୁ ରଥଯାତ୍ରାକୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ରଥଯାତ୍ରାର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସମସ୍ତ କାର୍ଯ୍ୟ ନିର୍ଧାରିତ ସମୟ ପୂର୍ବରୁ ହେଉଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ସେହିପରି ନିୟମ ଅନୁଯାୟୀ ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟଙ୍କୁ ନିଜେ ଯାଇ ଆମନ୍ତ୍ରଣ କରିବା ସହ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଗୁରୁଜୀଙ୍କୁ ଅବଗତ କରାଇଥିଲେ ।
ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ଆଜି ମହାପ୍ରଭୁଙ୍କ ନିକଟରୁ ଆଜ୍ଞା ମାଳ ରଥ ଖଳାକୁ ବିଜେ ହୋଇଛି । ଯାହାପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି । ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜଗତଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ନିମନ୍ତ୍ରଣ କରିଛନ୍ତି । ଏହି ଅବସରରେ ରଥଯାତ୍ରାର ସମସ୍ତ ପରମ୍ପରା ନେଇ ଆଲୋଚନା ହୋଇଛି । ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ୭ଜଣଙ୍କୁ ନେଇ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବେ । ଘରେ ରହି ଟିଭିରେ ଘୋଷଯାତ୍ରା ଦର୍ଶନ ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ।