ସିପାହି ବିଦ୍ରୋହ: ୨୮୨ ସହିଦ ସୈନ୍ୟଙ୍କ କଙ୍କାଳ ଉଦ୍ଧାର

0

ଚଣ୍ଡିଗଡ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ୧୮୫୭ରେ ହୋଇଥିବା ଏହି ଯୁଦ୍ଧରେ ସହିଦ ସୈନ୍ୟଙ୍କ ମଧ୍ୟରୁ ୨୮୨ ଜଣଙ୍କ କଙ୍କାଳ ପଞ୍ଜାବର ଅମୃତସରରୁ ପ୍ରତ୍ନତାତ୍ତ୍ବିକ ଖନନ ସମୟରେ ଉଦ୍ଧାର କରାଯାଇଛି। ପଞ୍ଜାବ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଜେଏସ୍ ସେରାୱତ କହିଛନ୍ତି ଯେ ସିପାହୀ ବିଦ୍ରୋହ ସମୟରେ ଏହି ସୈନ୍ୟମାନଙ୍କୁ ଇଂରେଜମାନେ ଗଣହତ୍ୟା କରିଥିଲେ। ହତ୍ୟା ପରେ ସେମାନଙ୍କ ମୃତଦେହକୁ ଏକ ଧର୍ମାନୁଷ୍ଠାନ ନିକଟ କୂଅ ମଧ୍ୟରେ ପକାଇ ଦିଆଯାଇଥିଲା।

କଙ୍କାଳ ନିକଟରୁ ମିଳିଥିବା ମୁଦ୍ରା, ମେଡାଲ, ଡିଏନ୍ଏ ପରୀକ୍ଷା, ରେଡିଓ କାର୍ବନ ଆଦିରୁ ପ୍ରମାଣିତ ହୋଇଛି ଯେ ଏହି କଙ୍କାଳଗୁଡିକ ସିପାହି ବିଦ୍ରୋହ ସୈନିକଙ୍କର। ଇଂରେଜ ଶାସନ ସମୟରେ ଗୁଳିର ଟୋଟାରେ ଗାଈ ଚର୍ବି ବ୍ୟବହାରକୁ ଭାରତୀୟ ସୈନିକମାନେ ବିରୋଧ କରି ବିଦ୍ରୋହ କରିଥିଲେ।

Leave a comment