ଦଳ ଡିଆଁ ଲେଖାଶ୍ରୀ ଙ୍କୁ ଦେଲେ କହୁଣିଆଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଳ ଡିଆଁ ଲେଖାଶ୍ରୀ ଙ୍କୁ ଦେଲେ କହୁଣିଆଁ ।ନବୀନ ଙ୍କ ସୁରକ୍ଷା କର୍ମୀ କହୁଁଣି ରେ ଠେଲିଦେଲେ ଲେଖାଶ୍ରୀ ଙ୍କୁ । ଶଙ୍ଖ ଭବନ ରେ ବିଜେଡି ର ମହିଳା ମୁଖପାତ୍ର ଙ୍କୁ ଏ କି ସମ୍ମାନ । ମା’ କୁ ସମ୍ମାନ ର ନାରା ଦେଉଥିବା ବିଜେଡି ମହିଳା ନେତ୍ରୀଙ୍କୁ ମଞ୍ଚ ଉପରେ ଠେଲିଦେବା କଣ ସମ୍ମାନ ।
ଏପ୍ରିଲ ୧୯ ତାରିଖ ନବୀନ ପଟ୍ଟନାୟକ ବିଜେଡି ର ନବମ ଥର ପାଇଁ ସଭାପତି ନିର୍ବାଚିତ ହେଲେ । ସେଥିପାଇଁ ଅନ୍ୟ ମାନଙ୍କ ପରି ଲେଖାଶ୍ରୀ ପୁଷ୍ପଗୁଚ୍ଛ ସହ ନବୀନ ଙ୍କୁ ମଞ୍ଚରେ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ । ହେଲେ ସେଠରୁ ସୁରକ୍ଷା କର୍ମୀ ଙ୍କ କହୁଣିଆଁ ଖାଇ ଲଜ୍ଜିତ ହୋଇ ଫେରିଲେ । ଯାହା ସୋସିଆଲ ମିଡିଆରେ ଘୁରିବୁଲୁଛି ।
ଲେଖାଶ୍ରୀ ସାମନ୍ତରାୟ ଯେକି ପୂର୍ବରୁ ବିଜେପି ର ଜଣେ ଟାଣୁଆ ନେତ୍ରୀ ଥିଲେ । ତାଙ୍କ କଥାର ତୀରରେ ଅନେକ ଥର ବିଜେଡି କୁ ଘାଇଲା କରୁଥିଲେ । ହେଲେ ଚଳିତ ନିର୍ବାଚନ ରେ ମେଣ୍ଟ ସରକାର ହେବ ଶୁଣି ଲେଖାଶ୍ରୀ ମୁଣ୍ଡକୁ ଦୁର୍ବୁଦ୍ଧି ଜୁଟିଲା । କ୍ଷମତା ଲୋଭରେ ବିଜେଡି ଡ଼ଙ୍ଗା ଙ୍କୁ ଡେଇଁଲେ । ଲେଖାଶ୍ରୀ ଙ୍କୁ ବିଜେଡି ବାଲେଶ୍ବର ସାଂସଦ ଟିକେଟ ସହ ବିଜେପି କୁ ଟାର୍ଗେଟ କରିବାକୁ ମୁଖପାତ୍ର କରାଗଲା ହେଲେ କିଛି ଲାଭ ହେଲାନି । ଲେଖା ଙ୍କ କପାଳ ଫଟା ବିଜେଡି ହିଁ ବୁଡିଗଲା । ବିଜେଡି ରେ ନିଜନିଜ ଭିତରେ ତୁ ତୁ ମେ ମେ ହୋଇ ବିବାଦ ଲାଗିଲା । ଦଳ ଡିଆଁ ଙ୍କୁ ପଚାରେ କିଏ । ପୂର୍ବରୁ ନାରୀ ନେତ୍ରୀ ଭାବରେ ଯେଉଁ ଟିକେ ବି ସମ୍ମାନ ଥିଲା ତାହାବି ଚୁଲିକୁ ଗଲା । ଲେଖାଶ୍ରୀ ନିଜେ ଜିତିଲେନି, ବିଜେଡି ଭେଳା ମଧ୍ୟ ବୁଡ଼ିଗଲା ।
ବିଜେପି ସରକାର କୁ ଆସିବା ପରେ ମନେ ମନେ ପଶ୍ଚାତାପ କରୁଥିବା ଲେଖାଶ୍ରୀ ଙ୍କୁ ଜଣେ ସୁରକ୍ଷା କର୍ମୀ ଙ୍କ କହୁଁଣି ମାରିବା ଅତ୍ୟନ୍ତ ଲଜ୍ଜିତ କରିଛି । ହେଲେ ଲେଖାଶ୍ରୀ ଙ୍କ ମନ ପୋଡି ଯାଉଛି । ସେ ଭାବୁଛନ୍ତି ଯଦି ଆଜି ବିଜେପି ରେ ଥାଆନ୍ତି ବିଧାୟକ କି ସାଂସଦ ଟେ ନିଶ୍ଚିତ ହୋଇଥାନ୍ତି । କିଛି ନହେଲେ ନାହିଁ ରାଜ୍ୟ ସଭାପତି ରେସ ରେ ମୋ ନାଁ ଉଠିଥାନ୍ତା । ଆଜି ମତେ ସାଧାରଣ ଗୋଟେ ସୁରକ୍ଷାକର୍ମୀ ହାତରୁ କହୁଁଣିଆ ଖାଇବାକୁ ପଡିନଥାନ୍ତା । ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ ସମ୍ପୂର୍ଣ୍ଣ ରୂପେ କଥା ବଦଳାଇ ଦେଇଥିବା ସୂଚନା ମିଳିଛି । ନିକଟରେ ବିଜେଡି ରେ ପଦେ କଥା କହିଲେ ପକ୍ଷ ଛେଦନ ଚାଲିଛି ତାର ଭୟ ରହିଛି । ସହଜେ କିଛି ମାସ ତଳେ ବିଜେପି ଛାଡି ବିଜେଡି କୁ ଡେଇଁଛି । ଏଠୁ ବାହାରି ଗଲେ କୋଉ କୂଳକୁ ରହିବିନି । ଚୁପ ରହିବା ଭଲ । ଲେଖାଶ୍ରୀ ଙ୍କ ଏଭଳି ଅବସ୍ଥା ଦେଖି ବିଜେଡି ଓ ବିଜେପି ନେତା ମୁରୁକି ମୁରୁକି ହସିବା ସହ ଏଇଟା ଲେଖାଶ୍ରୀ ଙ୍କ କର୍ମ ର ଫଳ ବୋଲି ଅଟହାସ୍ୟ କରି କହୁଛନ୍ତି ।