ବିଧାନସଭା ଅଧିବେଶନ ପୂର୍ବରୁ ହେଲା ସୁରକ୍ଷା ଯାଞ୍ଚ

0

ଜୁଲାଇ ୨ ତାରିଖରେ ବିଧାନସଭା ମୌସୁମୀ ଅଧିବେଶନ । ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ଯାଞ୍ଚ କଲା କମିଶନରେଟ ପୋଲିସ । ସିପି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି ଓ ଡିସିପିଙ୍କ ଦ୍ୱାରା ଯାଞ୍ଚ କରାଯାଇଛି । ସେହିପରି ବିଧାନସଭା ଅଧିବେଶନ ପାଇଁ ରହିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ।

ବିଧାନସଭା ଅଧିବେଶନ ବେଳେ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ୫ଟି ସ୍ଥାନରେ କଣ୍ଟ୍ରୋଲ ରୁମ୍‌, ୬ ଜଣ ଏଏସପି ଓ ୧୧ ଏସପି ରହିବେ ।

ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଅଧିବେଶନର କାର୍ଯ୍ୟ ସମୟରୁ ଘଣ୍ଟାଏ ବୃଦ୍ଧି କରାଯାଇଛି । ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ । ପୂର୍ବରୁ କରୋନା କାଳରେ ୫ ଘଣ୍ଟା ଗୃହ ଚାଲୁଥିଲା । ତେବେ ଏହାକୁ ଏକ ଘଣ୍ଟା ବୃଦ୍ଧି କରାଯାଇଛି ।

Leave a comment