୮ ରୁ ଖୋଲିବ ସ୍କୁଲ, ମେ’ ୩ରୁ ପରୀକ୍ଷା

୧୦୦ ଦିନ ପାଠପଢା , ରବିବାର ଖୋଲିବ ସ୍କୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ଆସନ୍ତା ଜାନୁଆରୀ ୮ ତାରିଖ ଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଉଭୟ ଶ୍ରେଣୀ ପାଇଁ ୧୦୦ ଦିନ ପାଠପଢା ହେବ। ରବିବାର ଦିନ ମଧ୍ୟ ପଠାପଢା ହେବ ବୋଲି ଘୋଷଣା ହୋଇଛି। ଅନ୍ୟପକ୍ଷରେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୬ ତାରିଖ ଯାଏଁ ପାଠପଢା ହେବ। ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରୀ ୮ରୁ ଏପ୍ରିଲ ୨୮ ଚାରିଖ ଯାଏ ପାଠପଢା ହେବ। ଉଲ୍ଲେଖ ଯୋଗ୍ୟ ଯେ, ମାଟ୍ରିକ ପରୀକ୍ଷା ତାରିଖ ମଧ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ମେ ୩ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ମେ’ ୧୫ ତାରିଖରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ।

Leave a comment