ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଏସସିବି ନର୍ସିଂ କଲେଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଏସସିବି ନର୍ସିଂ କଲେଜ । ଅପରାହ୍ନ ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ହୋଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ । ଖାଲି କରିବାକୁ ନିର୍ଦ୍ଦେଶକୁ ଅନ୍ତେବାସୀଙ୍କ ବିରୋଧ । ଅପରପକ୍ଷରେ ଗତକାଲି ମଧ୍ୟ ଭୁବନେଶ୍ୱର ସ୍ଥିତ ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟକୁ ସିଲ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଘଂନ କରିଥିବାରୁ କଲେଜକୁ ସିଲ୍ କରିଛି ବିଏମସି । କୋଭିଡ୍ କଟକଣାକୁ ଦୁଷ୍ଟିରେ ରଖି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଉନାହିଁ ।

Leave a comment