ଶାନ୍ତିଲତା ବସ ଦୁର୍ଘଟଣାଗ୍ରସ୍ତ, ୧୦ ମୃତ, ୩୦ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଏକ ବଡ଼ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍ ଧକ୍କ ଦେବାରୁ ୧୦ ଫୁଟ୍ ତଳକୁ ବସ୍ ଓଲଟି ପଡ଼ିଛି ଯାତ୍ରୀବାହୀ ଘରୋଇ ବସ । ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଆହାତ ହୋଇଥିବା ଜଣାପଡିଛି । ଆହାତଙ୍କୁ ସ୍ଥାନୀୟ ମେଡିକାଲ ସହ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଉଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ନେଇ ଆକଳନ କରାଯାଉଛି ।

ସୂଚନାଯୋଗ୍ୟ, ଘରୋଇ ବସ ‘ଶାନ୍ତିଲତା’ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ବିଦୁ ଛକ ନିକଟରେ ଛିଡ଼ା ହୋଇଥିଲା । ସେହି ସମୟରେ ବସକୁ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍ ଆସି ଧକ୍କା ଦେଇଥିଲା । ଫଳରେ ୧୦ ଫୁଟ୍ ତଳକୁ ବସ୍ ଓଲଟି ପଡିଥିଲା । ସୋର ପୋଲିସ, ଅଗ୍ନିଶମ ବାହିନୀ ଓ ଜାତୀୟ ରାଜପଥ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜାତୀୟ ରାଜପଥ କାମ ଚାଲୁଥିବାରୁ ଗୋଟିଏ ପାର୍ଶ୍ୱ ଦେଇ ଦୁଇପଟୁ ଗାଡ଼ି ଯାଆସ କରୁଛନ୍ତି । ରାସ୍ତା କାମ ପାଇଁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ରାସ୍ତା କଡ଼ରେ ଗଦା ହୋଇଛି । ଫଳରେ ଦ୍ରୁତଗତିରେ ଯାଉଥିବା ଗାଡ଼ି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି।