ସଞ୍ଜୟ ଦାସବର୍ମାଙ୍କ କୃଷ୍ଣପ୍ରସାଦ ବ୍ଲକ ପରିଦର୍ଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କୃଷ୍ଣପ୍ରସାଦ ବ୍ଲକର ମାଲୁଦ ପଞ୍ଚାୟତର ଆଦର୍ଶ ବିଦ୍ୟାଳୟ ଏବଂ ସିଆଣ୍ଡି ପଞ୍ଚାୟତର ଗୋପାଳପୁର ଠାରେ ନିର୍ମାଣଧୀନ ଶିଳ୍ପ ତାଲିମ କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ଏବଂ ନିର୍ମାଣ କାର୍ଯ୍ୟକୁ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏହି ଗ୍ରସ୍ତ ସମୟରେ ଖୋର୍ଦ୍ଧା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀ, କୃଷ୍ଣପ୍ରସାଦ ବ୍ଲକର ବିଡ଼ିଓ ଅଭିମନ୍ୟୁ ମାଝୀ, ତହସିଲଦାର ହୁଲାସ ଚନ୍ଦ୍ର ସେଠୀ, ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ମନ୍ମନ୍ଥ କୁମାର ମାଝୀ ଓ କୃଷ୍ଣ ପ୍ରସାଦ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ଉପସ୍ଥିତ ଥିଲେ ।

ସେହିପରି କୃଷ୍ଣପ୍ରସାଦ ବ୍ଳକର ତିତିପ ପଞ୍ଚାୟତର ବଡ଼ସାହିର ଅଗ୍ନି ବିପନ୍ନ ପରିବାରର ମହେନ୍ଦ୍ର ବିଶ୍ବାଳ ଏବଂ ସାନସାହି ର ରାମଚନ୍ଦ୍ର ବିଶ୍ବାଳ, ବଶିଂଧର ବିଶ୍ଵାଳଙ୍କୁ ଭେଟି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଶ୍ଵସନା ଦେବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Leave a comment