ଚାଷୀ ମାନଙ୍କ ସମସ୍ୟା ସମ୍ପର୍କରେ ଯୋଗାଣ ଓ ସମବାୟ ଅଧିକାରୀଙ୍କୁ ପଚାରି ବୁଝିଲେ ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ନବରଙ୍ଗପୁର ମାର୍କେଟ ୟାଡ ଓ ତାରାଗାଁ ସୋସାଇଟିକୁ ଗସ୍ତ କରି ଚାଷୀ ମାନଙ୍କ ସମସ୍ୟା ସମ୍ପର୍କରେ ଯୋଗାଣ ଓ ସମବାୟ ଅଧିକାରୀଙ୍କୁ ପଚାରି ବୁଝିବା ସହିତ ମଣ୍ଡିରେ ଚାଷୀ ମାନଙ୍କର ପଡ଼ି ରହିଥିବା ଧନ ୨୪ ଘଣ୍ଟା ମଧ୍ୟରେ ଉଠାଯିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ନବରଙ୍ଗପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧନୀ, ଡାବୁଗାଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମନୋହର ରାନ୍ଧାରୀ, ଝରିଗାଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାଗିରଥି ଭତ୍ରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ଅଜିତ୍ କୁମାର ମିଶ୍ର ଓ ସମସ୍ତ ଅଧିକାରୀ ବୁନ୍ଧ ।