ଚିକିତ୍ସା ପାଇଁ ଭୁବନେଶ୍ୱରରୁ ହାଇଦ୍ରାବାଦ ଗଲେ ବରିଷ୍ଠ ସମାଜସେବୀ ; ଆଶୁ ଆରୋଗ୍ୟ କାମନା କଲେ ସଂଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରୁ ହାଇଦ୍ରାବାଦ ଗଲେ ଜଣେ କରୋନା ରୋଗୀ। ରୋଗୀ ଜଣକ ପୁରୀ ଜିଲ୍ଲାର ବୋଲି ଜଣାପଡିଛି। କରୋନାରୁ ସୁସ୍ଥ ହେବାପରେ ସଂପୃକ୍ତ ରୋଗୀଙ୍କ ସଂକ୍ରମଣ ବଢ଼ିଥିଲା। ଫୁସ୍‌ଫୁସ୍‌ରେ ସଂକ୍ରମଣ ହେବାରୁ ଅବସ୍ଥା ସଂକଟାପନ୍ନ ରହିଛି । ତେବେ କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କ ଶରୀରରେ ଭୁବନେଶ୍ୱରରେ କୃତ୍ରିମ ଫୁସଫୁସ୍ ଲଗାଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲ ନିଆଯାଉଛି।

ସୂଚନାଯୋଗ୍ୟ, ଉକ୍ତ ବ୍ୟକ୍ତି ଜଣକ ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଂଚଳରେ ସମାଜସେବୀ ଭାବେ ବେଶ ଜଣାଶୁଣା। ଏପରି ମହାନ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାପାଇଁ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଆଗେଇ ଆସିଥିଲେ। ସକାଳୁ ଶ୍ରୀ ବର୍ମା ହସ୍ପିଟାଲରେ ପହଂଚି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥ୍ୟା ପଚରିବା ସହ ତାଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ। ଏହାସହ ସେ ମର୍ମାହତ ବୋଲି କହିଛନ୍ତି।

Leave a comment