ସତରେ କ’ଣ ସାନିଆ ମିର୍ଜା-ସୋଏବ ମଲ୍ଲିକ ଅଲଗା ହୋଇଛନ୍ତି କି ? ଇନଷ୍ଟାଗ୍ରାମ ଷ୍ଟୋରୀ ନେଇ ମିଳିଲା ଏଭଳି ସତ୍ୟତା

ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ଓ ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ୧୨ ବର୍ଷର ବୈବାହିକ ଜୀବନ ପରେ ଉଭୟ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏସବୁ ଭିତରେ ସାନିଆଙ୍କ ସୋଶାଲ ମିଡିଆ ପୋଷ୍ଟ ଏହି ଖବରକୁ ଆହୁରି ତୀବ୍ର କରିଛି।
ସାନିଆ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗୋଟିଏ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛି ଯେ “ଭାଙ୍ଗି ଯାଇଥିବା ହୃଦୟ କୁଆଡ଼େ ଯାଏ? ଆଲ୍ଲାଙ୍କୁ ଖୋଜିବା ପାଇଁ?”
ସାନିଆ ଯେବେ ଠାରୁ ଏପରି ପୋଷ୍ଟ କରଛନ୍ତି, ତା’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ସାନିଆ ଓ ସୋଏବ ଏବେ ଅଲଗା ହେବାକୁ ନିଷ୍ପତ୍ତି ନେଇ ସାରିଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ଏ ସମ୍ପର୍କରେ ସୋଏବ କିମ୍ବା ସାନିଆ ବିଧିବଦ୍ଧ ଭାବେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇନାହାନ୍ତି।
ରିପୋର୍ଟ ଅନୁଯାୟୀ, ସୋଏବ ଓ ସାନିଆ ଏବେ ଅଲଗା ଅଲଗା ରହୁଛନ୍ତି। ସେମାନେ କେବଳ ନିଜ ପୁଅକୁ ଭେଟିବାକୁ ବେଳେବେଳେ ଏକାଠି ହେଉଛନ୍ତି। ଏହାବାଦ ଉଭୟଙ୍କ ମଧ୍ୟରେ ଆଉ କୌଣସି ପ୍ରକାରର ସମ୍ପର୍କ ନଥିବା କୁହାଯାଉଛି।