ଏଣିକି ଚୋରି ଓ ହଜିଯାଇଥିବା ମୋବାଇଲ୍କୁ ଟ୍ରାକ କରିବ ‘ସଞ୍ଚାର ସାଥୀ ପୋର୍ଟାଲ୍’
ବିଶ୍ୱ ଟେଲିକମ୍ ଦିବସରେ ଅବସରରେ ମେ’ ୧୭ରେ କେନ୍ଦ୍ର ସରକାର ମୋବାଇଲ୍ ବ୍ଲକିଂ ଆଣ୍ଡ୍ ଟ୍ରାକିଂ ସିଷ୍ଟମ୍ ସଞ୍ଚାର ସାଥୀ ପୋର୍ଟାଲ୍ ଲଞ୍ଚ୍ କରିବେ । ନ୍ୟୁଜ୍ ଏଜେନ୍ସି ଅନୁସାରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଧିକାରିକ ଭାବେ ‘ସଞ୍ଚାର ସାଥୀ ପୋର୍ଟାଲ୍’ର ଶୁଭାରମ୍ଭ କରିବେ ।
ଏହି ପୋର୍ଟାଲ୍ ଜରିଆରେ ଲୋକେ ଚୋରି କିମ୍ବା ହଜିଯାଇଥିବା ମୋବାଇଲ୍ ଫୋନ୍କୁ ବ୍ଲକ୍ ଏବଂ ଟ୍ରାକ୍ କରିପାରିବେ । ସେଣ୍ଟର ଫର୍ ଡିପାର୍ଟମେଣ୍ଟ୍ ଅଫ୍ ଟେଲିମ୍ୟାଟିକ୍ସ (ସି-ଡଟ୍) ଏବେ ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତର-ପୂର୍ବ ରାଜ୍ୟର କେତେକ ଟେଲିକମ୍ ଅଫିସ୍ରେ ଏହି ସିଷ୍ଟମ୍ର ପାଇଲଟ୍ ପ୍ରୋଜେକ୍ଟ ଚଳାଇଛି । ଏହା ଏବେ ସାରା ଦେଶରେ ରୋଲ୍ ଆଉଟ୍ ହେବାକୁ ପ୍ରସ୍ତୁତ ବୋଲି ସି-ଡଟ୍ ସିଇଓ ଓ ଅଧ୍ୟକ୍ଷ ରାଜକୁମାର ଉପାଧ୍ୟାୟ କହିଛନ୍ତି । କିଛିଦିନ ମଧ୍ୟରେ ସାରା ଦେଶରେ ଏହା ଆରମ୍ଭ ହୋଇଯିବ ।
ଏହା ଦ୍ୱାରା ଲୋକମାନେ ନିଜର ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍କୁ ବ୍ଲକ୍ ଓ ଟ୍ରାକ୍ କରିପାରିବେ । ଏହା ବ୍ୟତୀତ ସିଷ୍ଟମ୍ରେ ଏକ ଇନ୍ ବିଲ୍ଟ ମେକାନିଜମ୍ ରହିଛି, ଯାହା ମୋବାଇଲ୍ ସ୍ମଗଲିଂର ମଧ୍ୟ ଯାଞ୍ଚ୍ କରିବ । ମୋବାଇଲ୍ର ଆଇଏମ୍ଇଆଇ ନମ୍ବର ପରିବର୍ତ୍ତନ କଲେ ମଧ୍ୟ ଏହି ସିଷ୍ଟମ୍ ଡିଭାଇସ୍କୁ ବ୍ଲକ୍ ଏବଂ ଟ୍ରାକ୍ କରିପାରିବ ବୋଲି ରାଜକୁମାର ଉପାଧ୍ୟାୟ କହିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଏହି ପୋର୍ଟାଲ୍ ଜରିଆରେ ୪.୭୦ ଲକ୍ଷ ଚୋରି କିମ୍ବା ହଜିଯାଇଥିବା ମୋବାଇଲ୍କୁ ବ୍ଲକ୍ କରାଯାଇଛି । ଏହା ସହିତ ୨.୪୦ ଲକ୍ଷରୁ ଅଧିକ ମୋବାଇଲ୍କୁ ଟ୍ରାକ୍ ମଧ୍ୟ କରାସରିଛି । ଅନ୍ୟପକ୍ଷରେ ପୋର୍ଟାଲ୍ ମାଧ୍ୟମରେ ୮୦୦୦ ମୋବାଇଲ୍କୁ ଜବତ କରାଯାଇଛି ।