ନବୀନଙ୍କୁ ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ରୀତାଙ୍କୁ ଦେବେ ଟକ୍କର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେପି ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଗତ ସାଧାରଣ ନିର୍ବାଚନରେ ନବୀନଙ୍କୁ ଟକ୍କର ଦେଇ ଥିବା ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଏଥର ବିଜେପୁର ଉପନିର୍ବାଚନ ରେ ରୀତାଙ୍କୁ ଦେବେ ଟକ୍କର । ପୂର୍ବରୁ ବିଜେଡି ରୀତା ସାହୁଙ୍କ ନାମ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ବିଜେପୁର ମଇଦାନକୁ ଓହ୍ଲାଇଛି।

ସୂଚନା ଅନୁଯାୟୀ, ବିଜେପି ପୁନର୍ବାର ସନତ ଗଡ଼ତିଆଙ୍କୁ ନିଜର ପ୍ରାର୍ଥୀ କରି ପାରେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ଆଜି ପୂର୍ଣ୍ଣଛେଦ ପଡିଛି । ବିଜେପିରୁ ସନତ ଗଡ଼ତିଆଙ୍କ ନାମ ଘୋଷଣା କରାଯାଇଛି । ଗତ ସାଧାରଣ ନିର୍ବାଚନରେ ବିଜେପିରୁ ଗଡ଼ତିଆ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଭାବେ ୧,୧୦,୬୦୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ସନତ ଗଡ଼ତିଆ ୫୩,୪୮୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ସେହି ନିର୍ବାଚନରେ ମୋଟ ୧,୮୫,୦୨୪ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ ମାତ୍ର ୧୪,୩୪୪ ଖଣ୍ଡ ଭୋଟ ପାଇଥିଲେ ।

Leave a comment