କେବଳ ତୁଳସୀ ନୁହେଁ ଘରେ ଲଗାନ୍ତୁ ଶମୀ ଗଛ, ଦୂର ହେବ ସବୁ ବାଧାବିଘ୍ନ

ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମାନ୍ଯତା ରହିଛି ଏବଂ ପ୍ରତ୍ଯେକ ଘରେ ତୁଳସୀକୁ ପୂଜା କରାଯାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ତୁଳସୀ ବ୍ଯତୀତ ଆଉ ଏକ ଗଛ ରହିଛି, ଯାହାକୁ ହିନ୍ଦୁ ଧର୍ମରେ ବହୁତ ଶୁଭ ବୋଲି କୁହାଯାଏ। ଏହା ହେଉଛି ଶମୀ ଗଛ। ଶାସ୍ତ୍ର ମୁତାବକ, ଶମୀ ଗଛର ବିଶେଷ ମହତ୍ତ୍ବ ରହିଛି ଏବଂ ଏହାକୁ ଘରେ ଲଗାଇବା ବହୁତ ଶୁଭ ହୋଇଥାଏ। କୁହାଯାଏ, ଶମୀ ଗଛକୁ ଭଗବାନ ଶିବଙ୍କ ପ୍ରିୟ ଏବଂ ଭଗବାନ ଶିବଙ୍କ ଉପରେ ଜଳ ଅର୍ପଣ କରିବା ସମୟରେ ଶମୀ ଫୁଲ କିମ୍ବା ପତ୍ର ଦ୍ବାରା ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି।
ଶମୀ ଗଛକୁ ଘରେ ଲଗାଇବା ଦ୍ବାରା ବହୁତ ଫାଇଦା ମିଳିଥାଏ। ହିନ୍ଦୁ ଧର୍ମ ମୁତାବକ, ଶମୀ ଗଛ ଘରେ ଲଗାଇବା ଦ୍ବାରା ସୁଖ ଶାନ୍ତି ରହିଥାଏ। ଆଜି ଆମେ କହିବୁ, ଘରେ ଶମୀ ଗଛ ଘରେ ଲଗାଇବାର ଫାଇଦା କ’ଣ। ଶମୀ ଗଛ ଲଗାଇବାର ଫାଇଦା:
ମାନ୍ଯତା ଅନୁଯାୟୀ, ଶମୀ ଗଛ ଘରେ ଲଗାଇବା ଦ୍ବାରା ଉନ୍ନତି ଆସିଥାଏ। ଘରେ କେବେ ବି ପଇସାର ଅଭାବ ରହିବ ନାହିଁ।
ଶମୀ ଗଛ ଘରେ ଲଗାଇବା ଦ୍ବାରା ଘରୁ ସମସ୍ତ ଦୁଃଖ ଦୂର ହୁଏ ଏବଂ ସୁଖ ସମ୍ଦ୍ଧି ଆସିଥାଏ।
ଶମୀ ଗଛ ଘରେ ଲଗାଇବା ଦ୍ବାରା ବାସ୍ତୁ ଦୋଷ ଦୂର ହୁଏ ଏବଂ ଘରକୁ ଆସୁଥିବା ସବୁ ବାଧା ଦୂର ହୁଏ।
ହିନ୍ଦୁ ମାନ୍ଯତା ଅନୁସାରେ ଶମୀ ଗଛ ଘଷର ଲଗାଇଲେ ବିବାହଜନିତ ବାଧା ମଧ୍ୟ ଦୂର ହୁଏ।
ଯଦି ଘରେ କୌଣସି ବ୍ଯକ୍ତିଙ୍କର ସାଢେସାତୀ ଚାଲିଥାଏ, ତେବେ ଘରେ ଶମୀ ଗଛ ଲଗାଇଲେ ପ୍ରଭାବ କମ୍ ହୁଏ।