ଦେଶର ଦ୍ଵିତୀୟ ପ୍ଲାଷ୍ଟିକ ବର୍ଜିତ ରେଳ ଷ୍ଟେସନ ଭାବେ ସମ୍ବଲପୁର ଜଂସନ ଘୋଷିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମ୍ବଲପୁର ଜଂସନ ରାଜ୍ୟ ପାଇଁ ଆଣିଲା ଖୁସି ଖବର । ଆନ୍ଧ୍ରପ୍ରଦେଶର ତିରୁପତି ପରେ ଏହା ସାରା ଭାରତରେ ପ୍ଲାଷ୍ଟିକ ବର୍ଜିତ ଷ୍ଟେସନଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।

ସୂଚନା ଅନୁଯାୟୀ, ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ଗତକାଲି ରେଳବାଇ କର୍ମଚାରୀ ଓ ଅଧିକାରୀ, ଷ୍ଟେସନ କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ, ସ୍କାଉଟସ, ଗାଇଡ୍‌ସ ଓ ଏନ୍‌ସିସି ସ୍ବେଚ୍ଛାସେବୀ ପ୍ଲାଷ୍ଟିକ ମୁକ୍ତ ଉତ୍ସବରେ ଯୋଗଦେଇ ସମ୍ବଲପୁର ଜଂସନ ରେଳଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଶପଥ ଗ୍ରହଣ କରିଥିଲେ । ଏହାସହ ସେମାନେ ଗୋଟିଏ ଥର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ରେଳଯାତ୍ରୀ ଓ ସାଧାରଣ ଜନତାଙ୍କୁ ବୁଝାଇଥିଲେ ।

Leave a comment